ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ ପାକ୍‌ର ସବୁ ଆକ୍ରମଣକୁ ପଣ୍ଡ କରୁଛି ଭାରତ….

ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ
ଜମ୍ମୁ ବିମାନବନ୍ଦରରେ ଡ୍ରୋନ୍‌ ମାଡ଼
୩ ରାଜ୍ୟର ଏକାଧିକ ସହର ବ୍ଲାକ୍‌ଆଉଟ୍‌
ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ

ବାସ୍ତବବ୍ୟୁରୋ: ଏସ୍ ୪୦୦ ଆମ ରକ୍ଷାକବଚ ସାଜିଛି।ରାଜସ୍ଥାନର ପୋଖରାନ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ର ଧୃଷ୍ଟତା କରିଥିବାବେଳେ,ଭାରତର ସୁରକ୍ଷା ବ୍ୟବସ୍ଥା ତାହାକୁ ଆକାଶମାର୍ଗରେ କଡା ଟକ୍କର ସହ ନଷ୍ଟ ‌କରିବାରେ ସଫଳହୋଇଛି।

ରାଜସ୍ଥାନର ଫଲୋଦି ବାୟୁସେନା ଘାଟି ଠାରୁ ୨୦ କିମି ଦୂରରେ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ ମଧ୍ୟ ବିଫଳ କରାଯାଇଛି। ଆକଶମାର୍ଗ ଜରିଆରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଏହାର ଏସ୍‌-୪୦୦ ସୁଦର୍ଶନ ଚକ୍ର, ଏଲ୍‌-୭୦, ଜେଡ୍‌ଏସ୍‌ୟୁ-୨୩, ସିଲ୍‌କା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରଖିଛି। ଜୈସଲମେରରେ ସେନା ମୁଖ୍ୟାଳୟ ଉପରେ ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା। ତାହାକୁ ଭାରତ ପକ୍ଷରୁ ପଣ୍ଡ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରର ସମସ୍ତ ସେନା ପ୍ରତିଷ୍ଠାନଗୁଡ଼ିକୁ ବ୍ଲାକ୍‌ଆଉଟ୍‌ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବର କେତେକ ସ୍ଥାନରେ କୋର୍ଟ ୫ ଦିନ ପାଇଁ ବନ୍ଦ କରାଯାଇଛି। ଗୁଜରାଟ କଚ୍ଛରେ ମଧ୍ୟ ବ୍ଲାକଆଉଟ୍‌ କରାଯାଇଛି। ଦିଲ୍ଲୀ ସରକାର ଏହାର ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଜମ୍ମୁ-ଶ୍ରୀନଗର ରାଜପଥରେ ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ ହୋଇଛି।

ସେୟାର କରନ୍ତୁ

Next Post

ରାଜ୍ୟର ବିଭିନ୍ନ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା

Fri May 9 , 2025
ବାସ୍ତବ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଚାଲିଥିବା ବେଳେ ପୁରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡିଶାର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ନଜରରେ ରଖିଛନ୍ତି ସୁରକ୍ଷା ବାହିନୀ ।  ଏହିକ୍ରମରେ ପୁରୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ମନ୍ଦିର […]

You May Like

Pin It on Pinterest