ପରଲୋକରେ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର…

ବାସ୍ତବ ବ୍ୟୁରୋ: ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକରଙ୍କର  ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ବୟସ ୭୮ ବର୍ଷ ହୋଇଥିଲା ।

ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ପାଇଁ ବେଶ୍‌ ଜଣାଶୁଣା। ଯାହାକୁ ସେ ୧୯୬୪ ମସିହାରେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରଫେସର ଫ୍ରେଡ୍ ହୋଏଲେଙ୍କ ସହ ମିଶି ବିକଶିତ କରିଥିଲେ। ଏହି ଥିଓରି ଜରିଆରେ ୧୯୧୫ ମସିହାରେ ପ୍ରକାଶିତ ଆଲବର୍ଟ ଆଇନଷ୍ଟାଇନଙ୍କ ‘ଜେନେରାଲ୍‌ ଥିଓରି ଅଫ୍‌ ରିଲେଟିଭିଟି’କୁ ଭଲକରି ମାଜିବାକୁ ଚେଷ୍ଟା କରାଯାଇଥିଲା। 

‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ଅନୁଯାୟୀ, ‘‘ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁର ବସ୍ତୁତ୍ୱ ଅନ୍ୟ ପ୍ରତ୍ୟେକ ବସ୍ତୁ ସହିତ ଏହାର ପାରସ୍ପରିକ କ୍ରିୟା ଦ୍ୱାରା ପ୍ରଭାବିତ ହୁଏ।’’ ଜୟନ୍ତ ନାର୍ଲିକରଙ୍କୁ ‘ଭାରତୀୟ ବ୍ରହ୍ମାଣ୍ଡ ସୃଷ୍ଟି ତତ୍ତ୍ଵ’ (ଇଣ୍ଡିଆନ୍ କସ୍ମୋଲୋଜି) ର ଜନକ ବୋଲି ମଧ୍ୟ କୁହାଯାଏ।

ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ଏହି ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ନିଜ ଆତ୍ମଜୀବନୀ ପାଇଁ ୨୦୧୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ୧୯୬୫ରେ ପଦ୍ମ ଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି। 

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

Wed May 21 , 2025
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକା ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ  ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାର କରିଛି।  ମୋଟ୍  ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ […]

You May Like

Pin It on Pinterest