
ବରଗଡ଼୧୭/୦୬(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନଂ ୧୧ ଘରୋଇ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି।କାଉନସିଲର ସୁନନ୍ଦା ପଣ୍ଡା ଙ୍କ ତତ୍ବାବଧାନ ରେ ହୋଇଥିବା ଏହି ଅଭିଯାନ କୁ ବ୍ୟାପକ କରାଯାଇ ସମସ୍ତ ଅଞ୍ଚଳକୁ ସଫା ସୁତୁରା ରଖାଯିବ ବୋଲି ଶ୍ରୀମତୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଜଣାଇଛନ୍ତି।
ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କ ଗହଣରେ ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ ରେ ବରଗଡ଼ ପୈାର ପରିଷଦ ଅଧ୍ୟକ୍ଷା କଲ୍ପନା ମାଝୀ, ପି.ଡି.ଡି.ଆର୍. ଡିଏ -ଲଳାଟ ଲୁହା, ବରଗଡ଼ ପୈାରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ,ନିବାସ ମଲ୍ଲିକ, ତଥା ଅନ୍ୟାନ୍ୟ ଅଧିକାରୀ ଓ ସଫେଇ କର୍ମଚାରୀ ମାନେ ଯୋଗ ଦେଇ ସହଯୋଗ କରିଥିବାରୁ ଶ୍ରୀମତୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ।ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।



