ଜିଲ୍ଲା ଅବକାରୀ ସିପାହୀ ସଂଘର ନିର୍ବାଚନ ଓ ସାଧାରଣ ସଭା…

କଟକ(ସଂଜୟ ଶତପଥୀ): ରବିବାର କଟକ ମର୍କତ ନଗରର କୃଷକ ବଜାର ସ୍ଥିତ କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ଅବକାରୀ ସିପାହୀ ସଂଘ ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟ ନିର୍ବାହୀ ପରିଷଦ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ନିର୍ବାଚନ ରେ କଟକ,କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ର ସମସ୍ତ ଅବକାରୀ ବିଭାଗର କାର୍ଯ୍ୟରତ ସିପାହୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହି ନିର୍ବାଚନ ରେ ସଭାପତି ଭାବେ କଟକ ର ଶ୍ରୀ ଆଶିଷ କୁମାର ପ୍ରଧାନ,ଉପ-ସଭାପତି ଶ୍ରୀ ଶିଶିର ପ୍ରଧାନ, ଯାଜପୁର, ସମ୍ପାଦକ ଭାବେ ଶ୍ରୀ ରମାକାନ୍ତ ରାଉତ, କଟକ, ଯୁଗ୍ମ-ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଘଡେଇ, କେନ୍ଦ୍ରାପଡ଼ା ଓ କୋଷାଧ୍ୟକ୍ଷ ଭାବେ କଟକ ର ଶ୍ରୀ ରଞ୍ଜିତ ମହାନ୍ତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅବକାରୀ ନିରୀକ୍ଷକ ଶ୍ରୀ କମଳ ଲୋଚନ ପାଇକରାୟ ଘୋଷଣା କରିଥିଲେ।

ଏହି ନିର୍ବାଚନ ରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶ ରେ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ପୋଲିଂ ଅଫିସର ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଅବଶେଷରେ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସଂଘ ର ସମ୍ବିଧାନ ପ୍ରତି ବିଶ୍ଵାସ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶେଷରେ ସଭାପତି – ଆଶିଷ କୁମାର ପ୍ରଧାନ ( କଟକ )ଉପ ସଭାପତି – ଶିଶିର ପ୍ରଧାନ ( ଯାଜପୁର )ସମ୍ପାଦକ – ରମାକାନ୍ତ ରାଉତ ( କଟକ )ଯୁଗ୍ମ ସମ୍ପାଦକ – ପ୍ରଶାନ୍ତ କୁମାର ଘଡ଼େଇ ( କେନ୍ଦ୍ରାପଡ଼ା )କୋଷାଧ୍ୟକ୍ଷ – ରଞ୍ଜିତ୍ ମହାନ୍ତି (କଟକ) ମନୋନୀତ ହୋଥିଲେ।
ଏହି ନିର୍ବାଚନ କୁ ମାନନୀୟ ଅବକାରୀ ଅଧିକ୍ଷକ,କଟକ ଙ୍କ ଦ୍ଵାରା ନିୟୋଜିତ ଅବକାରୀ ନିରୀକ୍ଷକ ଶ୍ରୀଯୁକ୍ତ କମଳ ଲୋଚନ ପାଇକରାୟ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଏବଂ ଅବକାରୀ ନିରୀକ୍ଷକ ଶ୍ରୀଯୁକ୍ତ ଭକ୍ତ ବତ୍ସଳ ବର୍ମା ଙ୍କୁ ନିର୍ବାଚନର ପୁଲିଙ୍ଗ ଅଧିକାରୀ ଭାବେ ନିୟୋଜିତ କରାଯାଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସଂଘ ସମ୍ବିଧାନ ପ୍ରତି ବିଶ୍ୱାସ ଓ ଗୋପନୀୟତା ର ଶପଥ ପାଠ କରାଇଲେ।

ସେୟାର କରନ୍ତୁ

Next Post

ମହାପ୍ରଭୁଙ୍କ ୩୨ ବେଶ ପ୍ରଦର୍ଶନୀ ଓ ଦିବ୍ୟାଙ୍ଗ ପିଲାମାନଙ୍କ ଭଜନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ....

Mon Aug 10 , 2026
​ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଅଗଷ୍ଟ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟସ୍ଥ “ଲିଙ୍ଗରାଜ ଭଜନ ମଣ୍ଡପ”ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ପ୍ରଦର୍ଶନୀ”। ଏହା ସହିତ ଦୃଷ୍ଟିବାଧିତ ପିଲାମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା, କଥାମୃତ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜଗନ୍ନାଥ ପ୍ରେମୀମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି।​ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ’, […]

You May Like

Pin It on Pinterest