ମହାପ୍ରଭୁଙ୍କ ୩୨ ବେଶ ପ୍ରଦର୍ଶନୀ ଓ ଦିବ୍ୟାଙ୍ଗ ପିଲାମାନଙ୍କ ଭଜନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ….

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଅଗଷ୍ଟ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟସ୍ଥ “ଲିଙ୍ଗରାଜ ଭଜନ ମଣ୍ଡପ”ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ପ୍ରଦର୍ଶନୀ”। ଏହା ସହିତ ଦୃଷ୍ଟିବାଧିତ ପିଲାମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା, କଥାମୃତ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜଗନ୍ନାଥ ପ୍ରେମୀମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି।
​ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ’, ‘ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ’ ଏବଂ ‘ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର ମହାନଗର’ର ମିଳିତ ଆୟୋଜନରେ ଏହି ଅନନ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

​ଏହି ସନ୍ଦର୍ଭରେ ସହିଦନଗର ବିଷ୍ଣୁମନ୍ଦିର ସାଂସ୍କୃତିକ ସମିତି ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଭାପତି ଡ଼ ନାରାୟଣ ମହାପାତ୍ର ଓଡିଶା ସର୍ଭିସ ସେଣ୍ଟର ଫର ଦୁବ୍ୟାଙ୍ଗ ପିପୁଲ ସଭାପତି ଭବାନୀ ଶଙ୍କର ପାଢ଼ୀ, ବିଶ୍ୱ ହିନ୍ଦୁ ପରିଷଦର ମହାନଗର ସଭାପତି ଏବଂ ପ୍ରଦୀପ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ, ଦିଲ୍ଲୀପ ପଟ୍ଟନାୟକ, ଅଜୟ ଦାସ, ଭାରତୀ ଭୂଷଣ ପଟ୍ଟନାୟକ, ଭଗବାନ ଦାଶ, ଅକ୍ଷୟ କୁମାର ସାହୁ, ବିଜୟ ମୋହନ ପଣ୍ଡା, ଶ୍ରୀନିବାସ ରାଓ ଓ ଦୀନବନ୍ଧୁ ବାବୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

​ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶ୍ରଦ୍ଧାଳୁ ଯୋଗଦେବେ। ଏହି ମହାନ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ସପରିବାର ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି।

ସେୟାର କରନ୍ତୁ

Next Post

ଟାଇମ୍‍ପାସ' ପ୍ରକାଶନର ବହିବର୍ଷା ଲୋକାର୍ପିତ ହେଲା ତେରଟି ନୂତନ ପୁସ୍ତକ....

Tue Aug 11 , 2026
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ‘ଟାଇମପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ନୂତନ ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ ଗିରିଶୃଙ୍ଗରେ ଟ୍ରେକିଂ କରିଥିବା ସମ୍ବଲପୁରର ବରିଷ୍ଠ ଲେଖକ ଧ୍ରୁବପ୍ରସାଦ ପଣ୍ଡା। କବିତା ବିଭାଗରେ ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ […]

You May Like

Pin It on Pinterest