
ସଂଜୟ ଶତପଥୀ(କଟକ): ଭାଜପା କଟକ ଜିଲ୍ଲା ତରଫରୁ ୨୨ ଜୁଲାଇ ଅପରାହ୍ନ ୫ ଘଟିକାରେ ବକ୍ସିବଜାର ଛକରେ ସମ୍ପ୍ରତି ଓଡିଶାରେ ମହିଳା ଅତ୍ୟାଚାର ବିଷୟକୁ ନେଇ କଂଗ୍ରେସ ର ଦୋମୁହାଁ ନୀତିର ମୁଖା ଖୋଲିବା ପାଇଁ ଏକ ପଥପ୍ରାନ୍ତ ସଭା ହୋଇଥିଲା।
ପୂର୍ବତନ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ନମିତା ମିଶ୍ର, ଭାଗିରଥି ଦଳେଇ, ସ୍ବାଧୀନ ମହାନ୍ତି,ମନୋଜିତ ଦାସ,ଦୀପକ ଦାସ,ସଂଯୁକ୍ତା ମିଶ୍ର, ଅଭୟ ମହାନ୍ତି, ଅଶୋକ ସାହୁ, ଜଗନ୍ନାଥ ପରିଡା ପ୍ରମୁଖ ଭାଷଣ ଦେଇ ଲୋକ ପ୍ରିୟ ଭାଜପାର ମୋହନ ମାଝୀଙ୍କ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ କଂଗ୍ରେସର ଷଡଯନ୍ତ୍ର ନାଟକ ଉଜାଗର କରିଥିଲେ।
ଛବିରାଣୀ, ଅଞ୍ଜନା, ଅର୍ଚନା ଘଟଣା ଭଳି ଆଜି ମଧ୍ୟ ସେହି ମାନସିକତାରେ କଂଗ୍ରେସ ଅଛି ବୋଲି ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନଙ୍କ ସହପାଠିଙ୍କୁ ବଳାତ୍କାର ଘଟଣା ରୁ ଜଣାପଡୁଛି ବୋଲି ବକ୍ତା ମାନେ କହିଥିଲେ। ରାହୁଳ ଗାନ୍ଧି ଙ୍କ ଠାରୁ ଆରମ୍ଭ କରି କଟକ ବିଧାୟିକାଙ୍କ ପର୍ଯ୍ୟନ୍ତ ମହିଳା ଅତ୍ୟାଚାର ଘଟଣାର ଦୋହରା ମାପଦଣ୍ଡ କୁ ତୀବ୍ର ଭର୍ସଚନା ଭାଜପା ନେତାମାନେ କରିଥିଲେ। ଏହି ସଭାରେ ସର୍ବଶ୍ରୀ ସୁନୀଲ ଦ୍ବିବେଦୀ, ସ୍ମୃତିରଞ୍ଜନ ମିଶ୍ର, ଲକ୍ଷ୍ମୀଧର ବେହେରା, ହରିଚନ୍ଦନ ନାୟକ ମହମ୍ମଦ ସବୀର, ସୁଶାନ୍ତ ମହାନ୍ତି, ରତନ ମହାନ୍ତି, କାମାକ୍ଷା ପ୍ରସାଦ ମିଶ୍ର, ଜୟକୃଷ୍ଣ ସ୍ୱାଇଁ, ମନସ୍ବିନୀ ଦୀକ୍ଷିତ, ମିଲନ ରାଉତରାୟ,ସୁଦିପ କୁଣ୍ଡୁ, ଉପେନ୍ଦ୍ର ମହାରଣା, ରବିନାରାୟଣ ମିଶ୍ର, ସଲିଲ ଘୋଷ,କୁମାର ରାଜମନ୍ୟୁ, ବାସୁଦେବ ମହାନ୍ତି, ସୁଦୀପ୍ତ ରାଉତରାୟ, ରାକେଶ ଦଳାଇ, ରମେଶ ପ୍ରଧାନ, ମଧୁସ୍ମିତା ପ୍ରଧାନ, ସୁଜାତା ଭରଦ୍ୱାଜ, ଗୋପୀନାଥ ଚୌଧୁରୀ, ଅଲେଖ ନାୟକ,ସମ୍ବିତ ସାମଲ, କୃଷ୍ଣ ଚନ୍ଦ୍ର ମହାରଣା, ସୁମନ ରାଉତ, ବିଶ୍ୱଜିତ ପ୍ରଧାନ, ସଦାନନ୍ଦ ବିଶ୍ୱାଳ, ଶାରଦା ପଟ୍ଟନାୟକ,କାଁହୁ ଦାସ, ଦେବାଶିଷ ଦାଶ, ନିରଞ୍ଜନ ବେହେରା, ସୁଚିତ୍ରା ରାୟ,ଦୀପ୍ତି ସ୍ୱାଇଁ,କଲ୍ୟାଣି ମହଲା, ରାଜେଶ ସିଂ ପ୍ରମୁଖ ତିନିଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଶେଷରେ ବାଲେଶ୍ୱର ଓ ବଳଙ୍ଗା ପୀଡିତା ଙ୍କ ମୃତ୍ୟୁ ପାଇଁ ଶୋକ ପ୍ରସ୍ତାବ ଅଣାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ରାହୁଳ ଗାନ୍ଧି ଓ ବଳାତ୍କାରୀ ଉଦିତ ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।



