
ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା,ରାସ୍ତା ନିର୍ମାଣ,କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୮୮ ଗୋଟି ଅଭିଯୋଗ ମଧ୍ୟରୁ ୬୦ ଗୋଟି ବ୍ୟକ୍ତିଗତ ଏବଂ ୨୮ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ଅନ୍ୟ ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।