“ଏକ ପେଡ଼ ମା’କେ ନାମ ୨.୦”ଜାତୀୟ ଅଭିଯାନ ଅନ୍ତର୍ଗତ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଚୌଦ୍ଵାର(ଦୀପକ କୁମାର ବେଉରା):ଜାତୀୟ ଅଭିଯାନ “ଏକ ପେଡ଼, ମା କେ ନାମ ୨.୦” ଆନୁକୂଲ୍ୟରେ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଖଲେ ଆଇଡିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଙ୍କରପୁର ଓ ସାଳଗାଁରେ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଶ୍ରୀ ଧର୍ମାନନ୍ଦ ବେହେରା, ପୂର୍ବତନ ବିଧାୟକ; ଶ୍ରୀମତୀ ରଶ୍ମିତା ପାଣିଗ୍ରାହୀ, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ; ଗୋଖଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ, ଇମ୍ଫାର ବରିଷ୍ଠ କର୍ମକର୍ତ୍ତାମାନେ,ଉତ୍ସାହିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ମୋଟ ୫ହଜାର ଟି ଗଛ ଦୁଇଟି ସ୍ଥାନରେ ଲଗାଯିବା ମାଧ୍ୟମରେ ପରିବେଶ ସୁରକ୍ଷା ଓ ସାମୁଦାୟିକ ଉନ୍ନତି ପ୍ରତି ଇମ୍ଫାର ଅଙ୍ଗୀକାର ପ୍ରକାଶ ପାଇଛି। ଏହି ଅଭିଯାନ ଯୁବପିଢି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ଉପରେ ନିଜର କର୍ତ୍ତବ୍ୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ପ୍ରବନ୍ଧକଙ୍କ ମଧ୍ୟରୁ ଶ୍ରୀ ସୁଜିତ ମିଶ୍ର, ଶ୍ରୀ ଲଲାଟ କିଶୋର ମହାପାତ୍ର, ଶ୍ରୀ ବବିତ ନନ୍ଦ, ଶ୍ରୀ ମାନସ ପଣ୍ଡା, ଶ୍ରୀ ଦେବାଶିଷ ତ୍ରିପାଠୀ, ଶ୍ରୀ ନିରଞ୍ଜନ ସାହୁ, ଲୋକସମ୍ପର୍କ ଅଧିକାରୀ ଅଭିଷେକ ଘୋଷ, ମାନସ ପ୍ରଧାନ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥିତପ୍ରଜ୍ଞ ଦାସ, ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।

ସେୟାର କରନ୍ତୁ

Next Post

ବରଗଡ଼ ସାଂସଦଙ୍କ ରାଜପଥ ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର....

Fri Sep 19 , 2025
ପଦ୍ମପୁର୧୯/୦୯(ନବୀନ କୁମାର ଦାଶ):ବଲାଙ୍ଗୀର- ପାଟଣାଗଡ-ହରିଶଙ୍କର- ନୃସିଂହନାଥ-ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା […]

You May Like

Pin It on Pinterest