ବିଭାଜନ ବିଭୀଷିକା ସ୍ମୃତି ଦିବସରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା…

କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ)୧୪/୮: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ , ଜିଲ୍ଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା,, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି କ୍ୟାଣ୍ଡଲ ଶୋଭାଯାତ୍ରା କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ରମା କରି ବିଭାଜନର ବିଭୀଷିକାରେ ପ୍ରଭାବିତ ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଟାରେ ୨ ମିନିଟ ନିରବ ପ୍ରାର୍ଥନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ସେୟାର କରନ୍ତୁ

Next Post

ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ...

Sat Aug 15 , 2026
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ରାଜଧାନୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ’ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ସମର୍ଥା (ବାବୁଲି) ଏବଂ ଶ୍ରୀ ଧିରେନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।​କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମକର୍ତ୍ତା ଓ […]

You May Like

Pin It on Pinterest