ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ…

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ରାଜଧାନୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ’ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ସମର୍ଥା (ବାବୁଲି) ଏବଂ ଶ୍ରୀ ଧିରେନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
​କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମକର୍ତ୍ତା ଓ ଅତିଥିମାନେ ଦେଶର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ଏବଂ ମହାନ ସଂଗ୍ରାମୀ ତଥା ଯୁଗପୁରୁଷମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ସ୍ଥାନୀୟ ସରସ୍ୱତୀ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଭାରତର ସ୍ଥିତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବା ସହ ଏକ ଉନ୍ନତ, ସମୃଦ୍ଧ ଓ ଆଦର୍ଶ ରାଷ୍ଟ୍ର ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଆଯାଇଥିଲା।

ଏହି ଅବସରରେ ମଞ୍ଚର ବରିଷ୍ଠ ସଦସ୍ୟ ସର୍ବଶ୍ରୀ ବିରଞ୍ଚି ମିଶ୍ର, ନରେନ୍ଦ୍ର କୁମାର ସମର୍ଥା, ସୁଧାଂଶୁ ଶେଖର ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର, ଗୌର ପ୍ରସାଦ ଦାସ, ଚିତ୍ତରଞ୍ଜନ ହୋତା, ବିରେନ କୁମାର ମହାନ୍ତି, ନିର୍ମଳ କୁମାର ରାଉତ, ଗିରିଜା ପ୍ରସାଦ ଦାସ, ହେମନ୍ତ କୁମାର ପଣ୍ଡା, ତ୍ରିଭୁବନ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଦେଶର ପ୍ରଗତି ଓ ଜାତୀୟତା ଭାବନାର ବିକାଶ ପାଇଁ ଶପଥ ଗ୍ରହଣ କରିଥିଲେ।

ସଙ୍ଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ନିରନ୍ତର ସଫଳତା ତଥା ସୁପରିଚାଳନା ପାଇଁ ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ସମର୍ଥା ଓ ଶ୍ରୀ ଧିରେନ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରାଯାଇ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ସେୟାର କରନ୍ତୁ

Next Post

ନିର୍ମାଣରେ ଆଡମ୍ବରରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ...

Sat Aug 15 , 2026
ଭୁବନେଶ୍ବର/ବାଳକାଟି: ବାଳକାଟିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଶୁକ୍ରବାର ଦିନ ଦେଶର ୮୦ତମ ସ୍ୱାଧୀନତା ଦିବସ ବହୁ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ପ୍ରଭାତ ଫେରି କରିଥିଲେ। ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସିଦ୍ଧେଶ୍ୱର ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର […]

You May Like

Pin It on Pinterest