ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଗଙ୍ଗାଧର ସମ୍ମାନ….

ବରଗଡ଼୧୫/୧୦(ନବୀନ କୁମାର ଦାଶ):ଜାତୀୟ କଳା, ସଂସ୍କୃତି, ସାହିତ୍ୟ ଏବଂ ନାଟକ,ଭୁବନେଶ୍ୱର ତରଫରୁ ଅଷ୍ଟମ ରାଜ୍ୟସ୍ତରୀୟ ନୂଆଖାଇ ଭେଟଭାଟ ବୁଦ୍ଧ ମନ୍ଦିର ଅଡିଟୋରିୟମ ହଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି।

ଡଃ ମଙ୍ଗୁଲୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ନୂଆଖାଇ ଓ କବିତାରେ ଛନ୍ଦବୋଧର ଆବଶ୍ୟକତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।ସଭାପତି ଡ଼ା.ନବକିଶୋର ଶତପଥୀ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ସାହୁ,ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ପ୍ରତିଭା ମହା ରଥୀ ଇତ୍ୟାଦିଙ୍କ ଉପସ୍ଥିତି ରେ ସୁସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଗଙ୍ଗାଧର ସମ୍ମାନ-୨୦୨୫ ପ୍ରଦାନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ତିରିଶଟି ଜିଲ୍ଲାରୁ ବହୁ ପ୍ରତିଭା ଯୋଗ ଦେଇଥିଲେ।ଶ୍ରୀମତୀ ପାଣିଗ୍ରାହୀ ପୂର୍ଣ୍ଣଚନ୍ଦ୍ରପୁର, ମୟୂରଭଞ୍ଜ ଆଡ଼ଭୋକେଟ ଶିବବ୍ରତ ମହାପାତ୍ରଙ୍କର ସହଧର୍ମିଣୀ ଓ ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ବାଲିଆ ବାଲେଶ୍ୱରର ଜଣେ ଆଚାର୍ଯ୍ୟା ଭାବେ କାର୍ଯ୍ୟରତ।ସାରସ୍ୱତ ଜଗତରେ କବିତା,ଗଳ୍ପ,ପ୍ରବନ୍ଧ ଇତ୍ୟାଦି ନିରନ୍ତର ଲେଖନୀ ଚାଳନା କରିଥିବା ଡଃ ତାନଶ୍ରୀଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି।

ସେୟାର କରନ୍ତୁ

Next Post

ସିଂହପାଲି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି...

Wed Oct 15 , 2025
ବରଗଡ଼୧୫/୧୦(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରମାଣ ପୁର ରେ କେନ୍ଦ୍ର ସାଧନ ସଂଯୋଜକ କୃତାର୍ଥ ଚନ୍ଦ୍ର ଭୁଏ ଙ୍କ ତତ୍ତ୍ଵାବଧାନ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏହାର ଉଦ୍ଘାଟନୀ ସମାରୋହ ରେ ସଭାପତି ବିରେନ୍ ଭୋଇ, ମୁଖ୍ୟଅତିଥି ବିଦ୍ୟାଳୟ ପରି ଚାଳନା କମିଟୀ ର ସଭାପତି […]

You May Like

Pin It on Pinterest