କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି….

ଭୁବନେଶ୍ବର(ନି.ପ୍ର): କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।

୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ଷୋହଳଟି କବିତା ସଂକଳନ ପ୍ରକାଶ ପାଇଛି। ସେ ଦୁଇଟି ଉପନ୍ୟାସର ବି ରଚୟିତା। ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।ମରି ବି ଅମର ହୋଇ ରହିବେ ରାଜେନ୍ଦ୍ର କିଶୋର…
ଶରୀର ଦାନ ପାଇଁ ପୂର୍ବରୁ ଆଫିଡେଭିଟ କରିଥିଲେ କବି ରାଜେନ୍ଦ୍ର କିଶୋର ପଣ୍ଡା ।ଆଜି ମଧ୍ୟାହ୍ନରେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏମ୍ସକୁ ତାଙ୍କ ମରଶରୀର ଦାନ କରାଯାଇଛି ।ତାଙ୍କ ଶରୀର ଏମ୍ସକୁ ଦାନ କରାଯାଇଥିବାବେଳେ, ଏ ଆଖିର କର୍ଣ୍ଣିଆ ଆଉ ଏକ ପ୍ରାଇଭେଟ ହସ୍ପିଟାଲକୁ ଯାଇଛି ।

ପୂର୍ବରୁ କବି ରାଜେନ୍ଦ୍ର ପଣ୍ଡା ସ୍ନାୟବିକ ସମସ୍ୟା କାରଣରୁ ଅସୁସ୍ଥ ରହିଥିଲେ ଏବଂ ଗତ ସେପ୍ଟେମ୍ବର ୧୩ ତାରିଖରେ ସହଧର୍ମିଣୀ ସୌଭାଗ୍ୟ ମଞ୍ଜରୀଙ୍କ ଦେହାନ୍ତ ହୋଇଥିଲା ଯେଉଁଥି ପାଇଁ ଶାରୀରିକ ଓ ମାନସିକ ସ୍ତରରେ କବି ଆହୁରି ଭାଙ୍ଗି ପଡ଼ିଥିଲେ । ତେବେ ବର୍ତ୍ତମାନ କବିଙ୍କ ଇଚ୍ଛା ଅନୁଯାୟୀ ଶରୀର ଦାନ ପାଇଁ ପରିବାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ଦୁଇଝିଅ ।

ତାଙ୍କ ଝିଅମାନଙ୍କ କହିବା ଅନୁଯାୟୀ ବାପା ଗଲା କିଛି ଦିନ ହେଲା କିଛି ଖାଉନଥିଲେ।ନା ଖାଦ୍ୟ ନା ମେଡିସିନ କିଛି ବି ଖାଉ ନଥିଲେ । ଆଉ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ମିନିଟ୍ରକ ମାଲିକ ମହାସଂଘ ର କାର୍ଯ୍ୟାଳୟ ଉଦ୍ଘାଟିତ...

Sat Oct 25 , 2025
କଟକ(ନି.ପ୍ର)୨୪/୧୦/୨୫:କଟକ ୪୨ ମୌଜା ନିକଟସ୍ଥ ଝିଙ୍କିରିଆ ଠାରେ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ର ନୃତନ୍ କାର୍ଯ୍ୟାଳୟ ଯଥାବିଧି ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଈଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି କଟକ ଆର. ଟି. ଓ ଶ୍ରିଯୁକ୍ତ ବିଶ୍ୱଜିତ୍ ଦାଶ,୪୨ ମୌଜା ଥାନା ଆଇ.ଆଇ.ସି, ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ର ରାଜ୍ୟ ସଭାପତି […]

You May Like

Pin It on Pinterest