
ବରପାଲି(ନି.ପ୍ର)୦୫/୧୧:ବରପାଲି ଶୀତଳଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କପିଳେଶ୍ବର ମହାଦେବ ମନ୍ଦିର ପରିସରରେ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ବାବା କପିଲେଶ୍ବର ଓ ମାତା ପାର୍ବତୀଙ୍କ ଦର୍ଶନ ସହ ଆଶିର୍ବାଦ ପ୍ରାପ୍ତି ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
କାର୍ତ୍ତିକ ମାସ ତ୍ରୟୋଦଶୀ ଠାରୁ ଦେବ ଦମ୍ପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରମ୍ପରା ଅନୁସାରେ ଆୟୋଜିତ ହୋଇଥାଏ। ଚତୁର୍ଦ୍ଦଶୀ ରାତ୍ରରେ ମନ୍ଦିର ଧ୍ବଜ ପରିବର୍ତ୍ତନ ପରମ୍ପରା ପୂଜକମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଚତୁର୍ଦ୍ଦଶୀ ତିଥିରେ କପିଳେଶ୍ବର ବାବା ମାତା ପାର୍ବତୀଙ୍କ ସ୍ବତନ୍ତ୍ର ଭାବରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଶୀତଳଷଷ୍ଠୀ କମିଟି ପକ୍ଷରୁ ମହାସମାରୋହରେ ପୂଜାର୍ଚ୍ଚନା, ମହାଆଳତୀ ସମର୍ପଣ କରାଯାଇଥିଲା। ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ଓ ଯୁବ ସଦସ୍ୟ ଉପସ୍ଥିତ ରହିଥିଲେ।
ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶୀତଳଷଷ୍ଠୀ ଯାତ୍ରା କମିଟି ଦ୍ବାରା ଉପଜିଲ୍ଲାପାଳ ପାଣ୍ତେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।



