କଟକର ଭଗତପୁର ବଜାର କମିଟି ର ନୂତନ କର୍ମକର୍ତ୍ତା ଚୟନ…

କଟକ(ସଞ୍ଜୟ ଶତପଥୀ): ଭାଇଚାରା ବାଉନ ବଜାର ତେପନ ଗଳି ର ସହର କଟକ। ଏହି କଟକ ର ଭଗତପୁର ଏକ ଅନ୍ୟତମ ବଜାର। ଏହି ବଜାର ର ଅଧୂଷ୍ଠାତ୍ରୀ ଦେବୀ ମା ବଗଳାମୁଖୀ। ଠିକ୍ ଏହି ବଜାର ର ପାଖକୁ ଲାଗି ବିଖ୍ୟାତ ଆଧ୍ୟାତ୍ମିକ ସଂସ୍ଥା ଶ୍ରୀରାମକୃଷ୍ଣ କୁଟୀର। ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ବଜାରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ବ୍ୟକ୍ତି ପ୍ରଯୋଜକ, ନିର୍ମାତା ଓ ଅଭିନେତା ତଥା ବହୁ ଓଡ଼ିଆ ଚଳଚ୍ଚିତ୍ର କଳାକାର ଙ୍କୁ ଓଡ଼ିଶା ରେ ସ୍ବତନ୍ତ୍ର ପରିଚୟ ଦେଇଥିବା ପ୍ରଚଣ୍ଡ ବ୍ୟକ୍ତିତ୍ଵ ଧୀର ବିଶ୍ୱାଳ ଙ୍କ ଜନ୍ମସ୍ଥାନ।

ବାରମାସରେ ତେର ପର୍ବ ତଥା ଓଡ଼ିଆ ସଂସ୍କୃତିକୁ ଜାବୁଡ଼ି ଧରିଥିବା ଏହି ବଜାର ର ପୂଜା କମିଟି ର କର୍ମକର୍ତ୍ତା ଚୟନ ବଜାରର ସମସ୍ତ ଅଧୂବାସୀ ଙ୍କ ଅନୁମୋଦନ ଓ ବୟୋଜ୍ୟେଷ୍ଠ ମୂରବୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ତିନି ବର୍ଷ ଲାଗି ଏହି ଚୟନରେ ସଭାପତି ଭାବେ ଶ୍ରୀ ଅନିଲ କୁମାର ଦାସ, ସମ୍ପାଦକ ରୂପେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାରଣା, ମହନ୍ତ ଭାବେ ଶ୍ରୀ ଅଶୋକ କୁମାର ମହାରଣା ତଥା ସାହି ଅଧିକାରୀ ଭାବେ ଶ୍ରୀ ସୁକାନ୍ତ କୁମାର ବିଶୋଇ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

ଆଗାମୀ ଦିନରେ ଏହି ପୁଜା କମିଟି କେବଳ ଭଗତପୁର ବଜାର ମଧ୍ୟରେ ସୀମିତ ନ ରହି ସମଗ୍ର କଟକ ସହରବାସୀଙ୍କ ଲାଗି ସମସ୍ତ ଜନହିତକର କାର୍ଯ୍ୟ କରିବ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ଦାସ ମତପ୍ରକାଶ କରିଥିଲେ। ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ବଜାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେୟାର କରନ୍ତୁ

Next Post

ମାଲକାନଗିରି:ଆଜି ଧୁମଧାମରେ ପାଳନ ହେଉଛି ମହା ଶିବ ରାତ୍ରି

Sun Feb 15 , 2026
ମାଲକାନଗିରି(ପି.ବାଲାରାଜୁ)୧୫।୨: ମହା ଶିବରାତ୍ରି ଅବସରରେ ସାରା ଦେଶରେ ଶୈବ ପୀଠ ଗୁଡିକ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇପଡିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼। ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ମଲ୍ଲିକେଶ୍ବର ଶୈବ, ଯଦୁଗୁଡାର ଐତିହାସିକ ଶୈବ ପୀଠ, ହର ଗୌରି ପୀଠ ସହ ବିଭିନ୍ନ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ […]

You May Like

Pin It on Pinterest