ଗାଳ୍ପିକ ଅଧିବକ୍ତା ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା” ଲୋକାର୍ପିତ

ଭଦ୍ରକ:(ଶୁଭ୍ରକାନ୍ତ ରାଉତରାୟ): ଭଦ୍ରକ ସଂସ୍କୃତି ଭବନରେ ଗାଳ୍ପିକ ଅଧିବକ୍ତା ତଥା ଯୁବ ନାଟ୍ୟକାର ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା” ଲୋକାର୍ପିତ ହୋଇ ଯାଇଛି।

ବିଶିଷ୍ଠ କବୟିତ୍ରି ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ସାହିତ୍ୟିକ ସମାଜସେବୀ ଅଜୟ ନାୟକ, ବରେଣ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଡଃ ବିଶ୍ଵରଞ୍ଜନ ଦାସ ଯୋଗ ଦେଇଥିଲେ ।ଏହି ଗଳ୍ପ ସଂକଳନ ରେ ୨୬ ଟି ଗଳ୍ପ ରହିଥିବା ବେଳେ ସେହି ଗଳ୍ପ ଗୁଡିକ ପୂର୍ବରୁ ଆହ୍ୱାନ ନାମକ ଇ ପତ୍ରିକା ରେ ସ୍ଥାନିତ ମଧ୍ୟ ହୋଇସାରିଛି।ମାତ୍ର ୩୮ ବର୍ଷ ବୟସରେ ଓକିଲାତି କୁ ପେସା ଭାବେ ଗ୍ରହଣ କରିବା ସହିତ ସାହିତ୍ୟକୁ ନିଶା କରିଥିବା ରୁଦ୍ର ମଧ୍ୟ ଜଣେ ଯୁବ ନାଟ୍ୟକାର ଭାବେ ପରିଚିତ।

ଏହି ଉତ୍ସବରେ ପୁସ୍ତକଟିକୁ ସମୀକ୍ଷା କରିଥିଲେ ଅଧ୍ୟାପକ ଡଃ ଅଭୟ କୁମାର ଦାସ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଅଧିବକ୍ତା ପର୍ଶୁରାମ ଦ୍ବିବେଦୀ, ଓକିଲ ସଂଘର ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଧିବକ୍ତା ଗଦାଧର ବଳ, ବିଷ୍ଣୁ ବ୍ରତ ବିଶ୍ୱାଳ, କୃପାସିନ୍ଧୁ ନାୟକ, ମହେଶ୍ୱର ନାୟକ, ଗୟାଧର ସାମଲ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ଏହି ଲୋକାର୍ପଣ ଉତ୍ସବକୁ ଅଧିବକ୍ତା ସନାତନ ଦୀକ୍ଷିତ, ବେଣୁଧର ଦାସ, ମୋହରିର ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ, ଅମୁଲ୍ୟ ଚନ୍ଦ୍ର ରାଉତ , ଆଦିତ୍ୟ କୁମାର ନାୟକ, ଦେବାଶିଷ ନାୟକ, ସନାତନ ଦୀକ୍ଷିତ, ସଞ୍ଜୟ ମାଝୀ, ନାଟ୍ୟଶ୍ରୀ ନିର୍ମଳ ରାଉତ, ବିଜୟ କୁମାର ରାଉତରାୟ, ସୌମ୍ୟକାନ୍ତ ରାଉତରାୟ,ବିନୟ କୁମାର ରାଉତରାୟ ପ୍ରମୁଖ ଅନେକ ସାହିତ୍ୟିକ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ।

ସେୟାର କରନ୍ତୁ

Next Post

ଯୁଧିଷ୍ଠିରଙ୍କ ପରିବାର ଙ୍କୁ ସହଯୋଗର ହାତ ବଢାଇଲା ଟିମ୍ ସେବା ଫାଉଣ୍ଡେସନର

Sun May 24 , 2026
ଜଗତସିଂହପୁର(ପ୍ରଫୁଲ ସାହୁ):ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ବରିମୂଳ ଗ୍ରାମ ର ଯୁଧିଷ୍ଠିର ଦାସଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଚାରି ବଖରା ଘର ସମ୍ପୂର୍ଣ ପୋଡି ଯାଇଥିଲା।କେବଳ ଯାହା ପିନ୍ଧି ଥିଲେ ସେତିକି। ଧାନ, ଚାଉଳ, ଲୁଗାପଟା, ସୁନାରୁପା, ଆସବା ପତ୍ର, ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି।ଏହି ଦୁଖଃଦ ଖବର ଟିମ ସେବା ଫାଉଣ୍ଡେସନ ଜାଣିବା ପରେ, ଯୁଧିଷ୍ଠିରଙ୍କ ଘରେ ପହଂଚିଥିଲେ। […]

You May Like

Pin It on Pinterest