୨୦ଦିନ ଭିତରେ ୧୨୦ ଛୁଇଁବ ପେଟ୍ରୋଲ-ଡିଜେଲ୍ ଦର

ଭୁବନେଶ୍ବର(ବାସ୍ତବକଥା): ୧୦ ଦିନରେ ୪ ଥର ବଢିଲାଣି ତେଲ ଦର। ଆଗକୁ ହେବ ଆହୁରି ସାଙ୍ଘାତିକ୍ ସ୍ଥିତି। ୧୨୦ ଛୁଇଁବ ପେଟ୍ରୋଲ ଲିଟର ପିଛା ବଢିବ ୧୨ ଟଙ୍କା। ଆସନ୍ତା ୨୦ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ସମାନ ହେବ। ଲିଟର ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇବ।ଆମେ କହୁନୁ,ଏକଥା କହିଛନ୍ତି ନିଖିଳ ପେଟ୍ରୋଲିୟ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ।

ଆପଣ ଯାଣିଛନ୍ତି, ୧୦ ଦିନରେ ପେଟ୍ରୋଲ ଦର ୪ ଥର ବଢି ୧୦୯ ଟଙ୍କା ଛୁଇଁସାରିଛି। ସେହିପରି ଡିଜେଲ ଦର ୧୦୦ ଟଙ୍କା ଉପରକୁ ରହିଛି। ହେଲେ ଏହା କିଛି ନୁହେଁ, କାରଣ ଆଗକୁ ଆହୁରି ଦର ବଢିବ। ଯୁଦ୍ଧ ସ୍ଥିତି ଥିବା ପର୍ଯ୍ୟନ୍ତ ତେଲ ମହଙ୍ଗା ହେବ। ଆଉ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଢିବ। ଡିଜେଲ ଦର ବୃଦ୍ଧି ଦ୍ୱାରା ପରିବହନ ଦର ବଢିବ ଆଉ ଏହାର ସିଧା ପ୍ରଭାବ ପଡିବ ଖାଉଟିଙ୍କ ଉପରେ।

ଅନ୍ୟପଟେ ତେଲ ଦର ବାରମ୍ବାର ବୃଦ୍ଧି ପାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ। କାରଣ ସବୁ ଅଞ୍ଚଳକୁ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ନାହିଁ। ଗଳି କନ୍ଦିରୁ ମୁଖ୍ୟ ରାସ୍ତାକୁ ଯିବାକୁ ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ନିଜ ଗାଡି ବ୍ୟବହାର କରିବାକୁ ପଡୁଛି।ସରକାରଙ୍କ ଯଦି ସଠିକ୍ ନିଷ୍ପତ୍ତି ନିଅନ୍ତି ଗ୍ରାହକ ଆଶ୍ବସ୍ତ ହେବେବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି।

ସେୟାର କରନ୍ତୁ

Next Post

ପୁଣି ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର....

Tue May 26 , 2026
ବ୍ରହ୍ମପୁର(ବାସ୍ତବକଥା):ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ଶ୍ରୀ ସୁଧୀର ପାତ୍ର ଅପହରଣ ଓ ବଳାତ୍କାର ମାମଲା ରେ ଫେରାର ଥିବା ଅପରାଧୀ ବଡଗଡ ଥାନା ଅନ୍ତର୍ଗତ ନଉଗାଁ ର ୨୭ ବର୍ଷିୟ ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀପାଢୀ ସାହିର ୩୫ ବର୍ଷୀୟ ସରୋଜ ପଣ୍ଡା ଙ୍କୁ ଆଜି ବ୍ରହ୍ମପୁର ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ସବିଶେଷ ତଥ୍ୟ ଅନୁଯାୟୀ ଏହି ଚାରିଜଣ ଅପରାଧୀ ଙ୍କୁ ପୋଲିସ୍ ର […]

You May Like

Pin It on Pinterest