ପୁଣି ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର….

ବ୍ରହ୍ମପୁର(ବାସ୍ତବକଥା):ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ଶ୍ରୀ ସୁଧୀର ପାତ୍ର ଅପହରଣ ଓ ବଳାତ୍କାର ମାମଲା ରେ ଫେରାର ଥିବା ଅପରାଧୀ ବଡଗଡ ଥାନା ଅନ୍ତର୍ଗତ ନଉଗାଁ ର ୨୭ ବର୍ଷିୟ ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀପାଢୀ ସାହିର ୩୫ ବର୍ଷୀୟ ସରୋଜ ପଣ୍ଡା ଙ୍କୁ ଆଜି ବ୍ରହ୍ମପୁର ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି।

ସବିଶେଷ ତଥ୍ୟ ଅନୁଯାୟୀ ଏହି ଚାରିଜଣ ଅପରାଧୀ ଙ୍କୁ ପୋଲିସ୍ ର ସ୍ବତନ୍ତ୍ର ଟିମ୍ ରାଜସ୍ଥାନ ରୁ ତଦନ୍ତ ଲାଗି ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣୁଥିବା ବେଳେ ଏହି ଦୁଇଜଣ ଅପରାଧୀ ପୋଲିସ୍ ଆଖି ରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ୍ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା।ଆହତ ଦୁଇ ଅପରାଧୀଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଏହି ବିଷୟରେ ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସେୟାର କରନ୍ତୁ

Next Post

ପାଇଖାନା ଟାଙ୍କି ରେ ଶ୍ୱାସ ରୁଦ୍ଧ ହୋଇ ୬ମୃତ : ଜଣେ ଗୁରୁତର....

Wed May 27 , 2026
ଭବାନୀପାଟଣା୨୬/୫(କିଶୋର ନାଏକ):-ଗ୍ରୀଷ୍ମ ର ପ୍ରଚଣ୍ଡ ତାତି ରେ ମଧ୍ୟ ଶ୍ରମିକ ମାନେ ନିଜ ପେଟ ପାଇଁ ଦୈନନ୍ଦିନ ସଖାଳୁ ଉଠି ନିଜ କାର୍ଯ୍ୟ ରେ ଲାଗିପଡ଼ନ୍ତି, କିନ୍ତୁ ବେଳେ ବେଳେ ଏମିତି କାଳ ଫସ ରେ ପଡିଯାନ୍ତିଯେ ମୃତ୍ୟୁ ରୁ ମଧ୍ୟ ମୁକୁଳି ପାରନ୍ତି ନାହିଁ। ହେଲେ ନିୟତି ର ଲେଖା ଏମିତି ଥାଏ ଯେ ମଣିଷ ବି ପୋକ ମାଛି ପରି ମରିଯାଏ। ଏମିତି ଏକ ଘଟଣା ଦେଖିବାକୁ […]

You May Like

Pin It on Pinterest