
ଭବାନୀପାଟଣା୨୬/୫(କିଶୋର ନାଏକ):-ଗ୍ରୀଷ୍ମ ର ପ୍ରଚଣ୍ଡ ତାତି ରେ ମଧ୍ୟ ଶ୍ରମିକ ମାନେ ନିଜ ପେଟ ପାଇଁ ଦୈନନ୍ଦିନ ସଖାଳୁ ଉଠି ନିଜ କାର୍ଯ୍ୟ ରେ ଲାଗିପଡ଼ନ୍ତି, କିନ୍ତୁ ବେଳେ ବେଳେ ଏମିତି କାଳ ଫସ ରେ ପଡିଯାନ୍ତିଯେ ମୃତ୍ୟୁ ରୁ ମଧ୍ୟ ମୁକୁଳି ପାରନ୍ତି ନାହିଁ। ହେଲେ ନିୟତି ର ଲେଖା ଏମିତି ଥାଏ ଯେ ମଣିଷ ବି ପୋକ ମାଛି ପରି ମରିଯାଏ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା କରଲାଖୁଣ୍ଟା ଗ୍ରାମରେ। ଯାହା ମ.ରାମପୁର କୁ ସ୍ତବ୍ଧ କରିଦେଇଛି। ଏକା ଥରକେ ଛଅ ଛଅ ଜଣଙ୍କ ପ୍ରାଣ ଚଳିଯାଇଛି। ଏଠାରେ ପ୍ରକାଶ ଯେ ଗୌଡ଼ କର୍ଲାଖୁଣ୍ଟା ଗ୍ରାମ ର ନିମାଇଁ ଚରଣ ପାଲ ନିଜ ଘରେ ନୂତନ ପାଇଖାନା ଟାଙ୍କି ତିଆରି କରିଥିଲେ ଆଉ ସେହି ଟାଙ୍କିରେ ନୂତନ ଛାତ ପକେଇଥିଲେ। କିଛି ଦିନ ପରେ ଅର୍ଥାତ ଆଜି ଛାତ ର ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଜଣେ ଶ୍ରମିକ ଭିତରକୁ ଯାଇଥିଲେ ହେଲେ ତାଙ୍କର କୌଣସି ଖଟଖାଟ ଶବ୍ଦ ଶୁଣା ନ ଯିବାରୁ ଆଉଜଣେ ମିସ୍ତ୍ରୀ ଭିତରକୁ ଯାଇଥିଲେ ତାପରେ ତାଙ୍କର ମଧ୍ୟ ଶବ୍ଦ ଶୁଣା ନ ଯିବାରୁ ନିଜେ ଘର ମାଲିକ ନିମାଇଁ ପାଲ ଯାଇଥିଲେ ତାଙ୍କ ମଧ୍ୟ କୌଣସି ଶବ୍ଦ ନ ଶୁଭିବାରୁ ତାଙ୍କ ପୁଅ ଆକାଶ ପାଲ ଯାଇଥିଲେ ଏମିତି ଜଣକ ପରେ ରେ ଜଣେ ଯାଇ ୬ ଜଣ ଙ୍କ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇ ଥିବା ଜଣା ପଡିଛି ।
ପରେ ସ୍ଥାନୀୟ ଯୁବକ ମାନେ ଜଣକୁ ଉଦ୍ଧାର କରିପାରିଥିବା ବେଳେ ଅଗ୍ନିଶମ ବାହିନୀ ପହଂଚି ଜେସିବି ରେ ପାଇଖାନା ର ଛାତ ଭାଙ୍ଗି ମୃତକ ଙ୍କୁ ଉଦ୍ଧାର କରିଥିଲେ।ମୃତକ ହେଲେ ଉକ୍ତ ପାଇଖାନା ର ନିର୍ମାଣ କାରୀ ଗୌଡ଼ କରଲାଖୁଣ୍ଟା ଗାଁ ର ନିମାଇଁ ପାଲ(୪୮)
ତାଙ୍କ ପୁଅ : ଆକାଶ ପାଲ (୨୮) ସହଯୋଗୀ ଶ୍ରମିକ
ଅଦଲ ମାଝୀ (୫୫),ମାଟୋଗଣ୍ଡା ଗାଁର ମନୋ ରଞ୍ଜନ ହାତୀ (୨୭), ଦୁଟା ଗାଁ ର ଛନ୍ଦା ଜାଲ, ବିପୁଲ ଜାଲ ମୃତ୍ୟୁ ହୋଇଥିବା ବେଳେ
ଗୁରୁତ୍ତର ଜଣକ ହେଲେ ହାତୀଖୋଜ ଗାଁ ର ପଙ୍କଜ ଯାନୀ (୩୨)ଙ୍କୁ ମ.ରାମପୁର ମେଡ଼ିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଛି।ଘଟଣା ଟି ଅତି ସମ୍ବେଦିନ ଶିଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ର ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାତ ପରିଡା ଙ୍କ ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା।
ଅନ୍ୟ ମାନଙ୍କ ମଧ୍ୟରେଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବ୍ଲକ ଅଧକ୍ଷ ମୁନା ମହାନ୍ତି, ବି. ଡି. ଓ ଶରତ କୁମାର ସେଠି, ତହସିଲଦାର ମୀମାଂସା ସାହୁ, ମ. ରାମପୁର ପୋଲିସ କବିତା ବାଗ, ଅଭିମନ୍ୟୁ ରାଓ,ସତ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା କୁ ଦୁଃଖ ପ୍ରକାଶ କରିବା ସହ ମୃତ ପରିବାର କୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ସହାୟତା ଘୋଷଣା କରିଥିବା ବେଳେ ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନ ରେଡକ୍ରସ ପାଣ୍ଠି ରୁ ତୁରନ୍ତ ନଗଦ ରାଶି ପ୍ରଦାନ କରାଯଇଥିଲା ଏବଂ ଗ୍ରାମ ପଂଚାୟତ ତରଫରୁ ହରିଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ଥିଲା। ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରତ୍ୟେକ ମୃତ ପରିବାର କୁ କୋଡିଏ ହଜାର ଟଙ୍କା ଲେଖାଏଁ ସହାୟତା ଦେବାପାଇଁ ଘୋଷଣା କରିଥିଲେ।



