ମୁକ୍ତା ଫାଉଣ୍ଡେସନ ପକ୍ଷରୁ କନ୍ୟାଶ୍ରମରେ ରଜ ଉତ୍ସବ ପାଳନ….

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାଏ):୧୪ ଜୁନ୍- ମୁକ୍ତା ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ-୨୦୨୬ ଅବସରରେ ନୀଳାଦ୍ରୀ ବିହାରସ୍ଥିତ କନ୍ୟାଶ୍ରମ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ କନ୍ୟାଶ୍ରମର ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପିଲାମାନଙ୍କୁ ରଜ ସଜବାଜ ସାମଗ୍ରୀ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା।

ମହିଳା ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କିଶୋରୀମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ଏବଂ ପରିବେଶ ଅନୁକୂଳ ବାୟୋଡିଗ୍ରେଡେବଲ୍ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯିବା ସହ ପିଲାମାନଙ୍କୁ ଶିକ୍ଷା ଉପକରଣ ମଧ୍ୟ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁକ୍ତା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା, ସହ-ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସଂଘମିତ୍ରା ପାଢ଼ୀ, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଚନ୍ଦନା ତ୍ରିପାଠୀ ଏବଂ ସଦସ୍ୟା ଶ୍ରୀମତୀ ଗୀତାଞ୍ଜଳି ଶତପଥୀ, ଶ୍ରୀମତୀ ନିବେଦିତା ଲେଙ୍କା, ଶ୍ରୀମତୀ ମିଲି ରାଣା, ଶ୍ରୀମତୀ ପଦ୍ମିନୀ ପୁଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ପିଲାମାନଙ୍କ ସହ ନାଚ, ଗୀତ ଓ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା। ରାଜା ଦୋଳି,ପିଠା , ମିଠାର ଆନନ୍ଦ ଓ ଉତ୍ସାହ ପରିବେଶ ମଧ୍ୟରେ ଉତ୍ସବଟି ଅତ୍ୟନ୍ତ ସଫଳତାର ସହ ପାଳନ କରାଯାଇଥିଲା।

ସମାଜର ବଞ୍ଚିତ ଓ ଅବହେଳିତ ଶିଶୁ ଏବଂ ମହିଳାମାନଙ୍କ କଲ୍ୟାଣ ପାଇଁ ମୁକ୍ତା ଫାଉଣ୍ଡେସନ ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Next Post

ରିକ୍ସ ସଂଗଠନ ତରଫରୁ ରଜ ମହୋତ୍ସବରେ ବନ୍ଧୁ ମିଳନ...

Mon Jun 15 , 2026
ରାଉରକେଲା(ବଳିଆ ନାୟକ):ଦକ୍ଷିଣ ରାଉରକେଲା ସାରନଗରୀ ଅଞ୍ଚଳ B/18 କାର୍ଯ୍ୟାଳୟରେ ଗତ ରବିବାର ସନ୍ଧ୍ୟାରେ ରାଉରକେଲାର ଏକ ଅଗ୍ରଣୀ ଶ୍ରମିକ ସଂଗଠନ ରାଉରକେଲା ଇସ୍ପାତ କର୍ମଚାରୀ ସଙ୍ଘ ତରଫରୁ ରଜ ମହୋତ୍ସବ ଅବସରରେ ଏକ ବନ୍ଧୁ ମିଳନ ଓ ବୈଠକର ଆୟୋଜନ କରାଯାଇଥିଲା।ଏହି ବୈଠକରେ ରାଉରକେଲା ଇସ୍ପାତ କର୍ମଚାରୀ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ କରିବା ପାଇଁ ରିକ୍ସ ସଂଗଠନ […]

You May Like

Pin It on Pinterest