
ରାଉରକେଲା(ବଳିଆ ନାୟକ):ଦକ୍ଷିଣ ରାଉରକେଲା ସାରନଗରୀ ଅଞ୍ଚଳ B/18 କାର୍ଯ୍ୟାଳୟରେ ଗତ ରବିବାର ସନ୍ଧ୍ୟାରେ ରାଉରକେଲାର ଏକ ଅଗ୍ରଣୀ ଶ୍ରମିକ ସଂଗଠନ ରାଉରକେଲା ଇସ୍ପାତ କର୍ମଚାରୀ ସଙ୍ଘ ତରଫରୁ ରଜ ମହୋତ୍ସବ ଅବସରରେ ଏକ ବନ୍ଧୁ ମିଳନ ଓ ବୈଠକର ଆୟୋଜନ କରାଯାଇଥିଲା।ଏହି ବୈଠକରେ ରାଉରକେଲା ଇସ୍ପାତ କର୍ମଚାରୀ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ କରିବା ପାଇଁ ରିକ୍ସ ସଂଗଠନ ସବୁବେଳେ ସଂକଳ୍ପ ବଦ୍ଧ।ଶ୍ରମିକ ମାନଙ୍କର ଯେ କୌଣସି ସୁବିଧା ଅସୁବିଧାରେ ରିକ୍ସ ସଂଗଠନ ସବୁବେଳେ ଶ୍ରମିକ ମାନଙ୍କ ସାଥିରେ ଅଛି।ଶ୍ରମିକ ମାନେ ରିକ୍ସ ସଂଗତନ ସହିତ ଯେପରି ଯୋଡି ହୋଇ ରହିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସଭାପତି ମାନସ ରଞ୍ଜନ ମହାନ୍ତି, ଉପଦେଷ୍ଟା ଦିଲ୍ଲୀପ କୁମାର ପଟ୍ଟନାୟକ, ବାବାଜୀ ସାହୁ, ପ୍ରଭାକର ମଲ୍ଲିକ, ଶ୍ରୀକାନ୍ତ ପରିଡା, ତାପସ ବଳିୟାରସିଂ, ଅନାଦି ଚରଣ ଚଇନି ପ୍ରମୁଖ ରିକ୍ସ ସଂଗଠନର ହାତମୁଠାକୁ ଟାଣ କରିବା ପାଇଁ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇଥିଲେ।



