ସାରନଗରୀ ଜଗନ୍ନାଥ ମନ୍ଦିର ବେଢାରେ ଶିବ ବିବାହ ସମ୍ପନ୍ନ

ରାଉରକେଲା(ବଳିଆ ନାୟକ):ଦକ୍ଷିଣ ରାଉରକେଲା ସାରନଗରୀ ଅଞ୍ଚଳ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହୋଇଛି। ରୀତିନୀତି, ପାରମ୍ପରିକ ବିବାହ ଉତ୍ସବ ଏବଂ ସ୍ବର୍ଗୀୟ ବିବାହରେ ବାଜା, ବାଣରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।ପାରମ୍ପରିକ ଲୋକନୃତ୍ୟ, ଭକ୍ତି ସଙ୍ଗୀତ,ଦେବଙ୍କ ରୋଶଣି ସହିତ ଭକ୍ତମାନେ ବାଜାର ତାଳେତାଳେ ନୃତ୍ୟରେ ବିଭୋର ହୋଇଯାଇଥିଲେ।

ଦେବଙ୍କ ଏହି ବିବାହ ଉତ୍ସବରେ ବର ପିତାମାତା ଭାବେ ଶ୍ରୀ ପ୍ରଭାତ କୁମାର ମହାପାତ୍ର(ବାବୁନି )ଓ ଧର୍ମପତ୍ନୀ ଶ୍ରୀମତୀ ଅନୁସୟା ମହାପାତ୍ର ଦାୟିତ୍ୱ ତୁଲାଇ ଥିବା ବେଳେ ଦେବୀ ପାର୍ବତୀଙ୍କ କନ୍ୟା ପିତାମାତା ଭାବେ ଶ୍ରୀ ବିଜୟ କୁମାର ମହାନ୍ତି ଓ ଧର୍ମପତ୍ନୀ ଶ୍ରୀମତୀ ବିଜୟିନୀ ମହାନ୍ତି ଦାୟିତ୍ୱ ତୁଲାଇ ଥିଲେ।ରୀତିନୀତି ଅନୁସାରେ ଦେବଙ୍କ ବରଯାତ୍ରୀ ବାଜା ଓ ରୋଷଣୀ ସହିତ ନଗର ପରିକ୍ରମା କରି ଦେବୀ ପାର୍ବତୀଙ୍କ ଘରକୁ ଆସିଥିଲେ | କନ୍ୟାପିତା ସମସ୍ତ ବରଯାତ୍ରୀଙ୍କୁ ସସମ୍ମାନ ସହିତ ପାଛୋଟି ଆଣିଥିଲେ।କନ୍ୟାପିତାଙ୍କ ତରଫରୁ ବରଯାତ୍ରୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଓ ବିବାହ କାର୍ଯ୍ୟ ଆରମ୍ଭ କରାଯାଇ ସମ୍ପନ୍ନ କରାଯାଇଥିଲା।

ଏହି ଦେବ ବିବାହ ଉତ୍ସବରେ ସାରନଗରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସମସ୍ତ ଟ୍ରଷ୍ଟି ସଦସ୍ୟ, ସ୍ବେଛାସେବୀ ଓ ସାମାଜିକ କର୍ମୀମାନେ ଏଥିରେ ସହଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡର ପରିଚାଳନା ମୁଖ୍ୟ ଶ୍ରୀ ଶ୍ରୁତିକାନ୍ତ ମିଶ୍ର, ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଷୋୟୀ, ରାଜେନ୍ଦ୍ର କୁମାର ସାହୁ, ବିନୟ ବେହୁରା, ଦୀପକ କୁମାର ମହାପାତ୍ର, ଶରତ ଚନ୍ଦ୍ର ମହାରଣା, ସଞ୍ଜୟ କୁମାର ଦାସ, କନ୍ୟାପିତା ତଥା ଟ୍ରଷ୍ଟି ବିଜୟ କୁମାର ମହାନ୍ତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ଦେବଙ୍କ ବିବାହ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା।

ସେୟାର କରନ୍ତୁ

Next Post

ଓଡ଼ିଶାର ବିକାଶ ଧାରା: କାକଟପୁର ବ୍ଲକରେ ସରକାରଙ୍କ ସଫଳତାର ସମୀକ୍ଷା....

Fri Jun 19 , 2026
କାକଟପୁର(ମାନସ ସାମଲ): ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ କାକଟପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଏକ ଭବ୍ୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) ନାରାୟଣ ଦୀକ୍ଷିତ ସଭାପତିତ୍ୱ କରି ସରକାରଙ୍କ ଦ୍ୱାରା ବିଗତ ଦୁଇ ବର୍ଷ ମଧ୍ୟରେ ଜନସାଧାରଣଙ୍କ କଲ୍ୟାଣ ତଥା ଅଞ୍ଚଳର ପ୍ରଗତି ପାଇଁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯୋଜନା ଉପରେ ଆଲୋକପାତ […]

You May Like

Pin It on Pinterest