ଓଡ଼ିଶାର ବିକାଶ ଧାରା: କାକଟପୁର ବ୍ଲକରେ ସରକାରଙ୍କ ସଫଳତାର ସମୀକ୍ଷା….

କାକଟପୁର(ମାନସ ସାମଲ): ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ କାକଟପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଏକ ଭବ୍ୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) ନାରାୟଣ ଦୀକ୍ଷିତ ସଭାପତିତ୍ୱ କରି ସରକାରଙ୍କ ଦ୍ୱାରା ବିଗତ ଦୁଇ ବର୍ଷ ମଧ୍ୟରେ ଜନସାଧାରଣଙ୍କ କଲ୍ୟାଣ ତଥା ଅଞ୍ଚଳର ପ୍ରଗତି ପାଇଁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଥିଲେ ଯେ, ସରକାର ସର୍ବଦା ଓଡ଼ିଆ ଅସ୍ମିତା, ସଂସ୍କୃତି ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଇ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ସେହିପରି ଆତ୍ମା (ATMA) ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ର କୃଷି କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ଚାଷୀମାନଙ୍କର ଆର୍ଥିକ ଉନ୍ନତି କ୍ଷେତ୍ରରେ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ଦୁଇ ପାଦ ଆଗରେ ରହିଛି ବୋଲି ପ୍ରକାଶ କରିଥିଲେ। ସଭାରେ ଉପସ୍ଥିତ ଥିବା ବ୍ଲକ କୃଷି ଅଧିକାରୀ ଶାନ୍ତିଲତା ବେହେରା, ଉଦ୍ୟାନ କୃଷି ଅଧିକାରୀ ଶିବ ଚରଣ ପ୍ରଧାନ, ପ୍ରାଣୀସମ୍ପଦ ଅଧିକାରୀ ସୁଧାଂଶୁ ଶେଖର ସାହୁ ଏବଂ ମତ୍ସ୍ୟ ଅଧିକାରୀ ମିତାଲି ମଧୁସ୍ମିତା ସାହୁ ନିଜ ନିଜ ବିଭାଗ ଦ୍ୱାରା କାକଟପୁର ବ୍ଲକରେ କରାଯାଇଥିବା ବିଭିନ୍ନ ସଫଳ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ତୋଫାନ କୁମାର ସାହୁ ଏବଂ ବ୍ଲକର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ସେୟାର କରନ୍ତୁ

Next Post

ଶିକ୍ଷା ସହିତ ସଂସ୍କାର ଜରୁରୀ: ଜଗନ୍ନାଥ ଏକାଡେମୀର ବାର୍ଷିକ ଉତ୍ସବ...

Fri Jun 19 , 2026
କାକଟପୁର(ମାନସ ସାମଲ):୧୯/୦୬- ସ୍ଥାନୀୟ ଜଗନ୍ନାଥ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ‘ସୁଧାନନ୍ଦ ଗ୍ରୁପ’ର ମୁଖ୍ୟ ଆର.କେ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳା ରକ୍ଷା […]

You May Like

Pin It on Pinterest