ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି….

ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ପାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ,୨୩ ଜୁନ୍(ବାସ୍ତବକଥା): ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ବେସାମରିକ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁଇ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍ ଚରଣ ହେମ୍ବୁ ମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ।

ବିଶିଷ୍ଟ ଆଇନଜ୍ଞ ତ‌ଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି କେ.ଟି ଥୋମାସ ଏବଂ ଜାତୀ ତୀୟତାବାଦୀ ସାମ୍ବାଦିକ ରୂପେ ପରିଚିତ ପି. ନାରାୟଣନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି I ଏହାବ୍ୟତୀତ ଟେନିସ୍ ଜଗତର ଅନ୍ୟତମ କିମ୍ୱଦନ୍ତୀ ଖେଳାଳୀ ଡକ୍ଟର ବିଜୟ ଅମୃତ ରାଜ, ବିଭିନ୍ନ ଅଭିନେତା ମାମୁଟ୍ଟି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ବିଶିଷ୍ଟ ଗାୟିକା ଅଳକା ୟାଗ୍ନିକ ପ୍ରମୁଖ ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି ।

ଓଡ଼ିଶାରୁ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ବଙ୍କ ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

ଶ୍ରୀ ଚରଣ ହେମ୍ରମ:

୯ ଫେବୃଆରୀ ୧୯୫୨ ମସିହାରେ ମୟୂରଭଞ୍ଜ ଜିଲ୍ଲା ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଜନ୍ମିତ ଶ୍ରୀ ଚରଣ ହେମ୍ବ୍ର ମ ଜଣେ ସାନ୍ତାଳି (ଅଲ ଚିକି) ଶିକ୍ଷାବିତ୍ ବିତ୍ ତଥା ତଥା ସାଂସ୍କୃତିକ କର୍ମୀ, ଯିଏ ଓଡ଼ିଶାରେ ସାନ୍ତାଳି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ସହି ସହିତ ଏହାକୁ ସଂସ୍ଥାଗତ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଶ୍ରୀ ହେମ୍ବ୍ର ମ ୧୯୯୨ ରୁ ୨୦୦୪ ପର୍ଯ୍ୟନ୍ତ ଏ ର୍ଯ୍ୟନ୍ତ ଏଏସଇସିଏ (ଓ), ରାଇରଙ୍ଗପୁର ଅଧୀନରେ ଓଡ଼ିଶାର ସାନ୍ତାଳୀ ଶିକ୍ଷା ବେ ବୋର୍ଡର ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ଯରେ ସେ ସାନ୍ତାଳି ଶିକ୍ଷାରେ ଏକ ପରିବର୍ତ୍ତନକା ନକାରୀ ଭୂମିକା ଗ୍ରହଣ କରିଛନ୍ତି I ଜଣେ ଶିକ୍ଷାବିତ୍ ତଥା ସାଂସ୍କୃତିକ କର୍ମୀ ଭାବେ ସେ ବିଭିନ୍ନ ଭିନ୍ନ ଅଲ ଇତୁନ ଅସ୍ରା, ସାନ୍ତାଳ ଆଖଡ଼ା ଆଦି ପ୍ରତିଷ୍ଠା କରିଛନ୍ତି I ସର୍ବୋପରି, ସାନ୍ତାଳି ସାହିତ୍ୟ, ସଂଗୀତ, ନୃତ୍ୟ, ନାଟକ ଏବଂ ସାମାଜିକ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ।

ଶରତ କୁମା କୁମାର ପାତ୍ର:

ଖ୍ଯାତନାମା ହସ୍ତତନ୍ତ ବୁଣାକାର ଶ୍ରୀ ଶରତ କୁମାର ପାତ୍ର ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି । ଇକ୍କତ ଶୈଳୀର ବୟନ ଲାଗି ପରିଚିତ ଶ୍ରୀ ପାତ୍ର ‘ଦଶ-ଅବତାର’ ଇକ୍କତୱାଲ, ଗୀତ ଗୋବିନ୍ଦ ପାଟ ଆଦି ବୁଣିବାରେ ବିଶେଷ ଦକ୍ଷତା ହାସଲ କରିଛନ୍ତି । ସେ ଅନେକ ବୁଣାକାରଙ୍କୁ ଇକ୍କତ ବୟନର ତାଲିମ ଦେଇଛନ୍ତି । କଟକ ଜିଲ୍ଲା ନୂଆପାଟଣା ଗ୍ରାମରେ ୫ ଜୁନ୍ ୧୯୬୫ରେ ଜନ୍ମିତ ଶ୍ରୀ ପାତ୍ର କୌଣସି ଔପଚାରିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ନିଜ ପିତାଙ୍କ ଠାରୁ ଇକତ ଏବଂ ଆଳଙ୍କାରିକ ବସ୍ତ୍ର ବୟନର କଳା ଶିଖୁଥିଲେ । ବିଭିନ୍ନ ଜଟିଳ ବୟନ ଶୈଳୀ ସମେତ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ସେ ପ୍ରାୟ ୫୦ଟି କପଡ଼ା ରଙ୍ଗ ପ୍ରସ୍ତୁତ କରିଛନ୍ତି । ୨୦୦ ବର୍ଷ ପୁରୁଣା ଇକ୍କତ ବୁଣା କାରିଗରୀର ସଂରକ୍ଷଣରେ ତାଙ୍କର ମହତ୍ଵପୂର୍ଣ ଭୂମିକା ରହିଛି । ପୂର୍ବରୁ ସେ ଅନେକ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ସୀମାଞ୍ଚଳ ପାତ୍ର:

ପଦ୍ମଶ୍ରୀରେ ସମ୍ମାନିତ ଶ୍ରୀ ସୀମାଞ୍ଚଳ ପାତ୍ର ଓଡ଼ିଶାର ଅନ୍ୟତମ ଅନନ୍ୟ ଲୋକକଳା ପ୍ରହ୍ଲାଦ ନାଟକ ଦୁନିଆର ଜ ଜଣେ କିମ୍ବଦନ୍ତୀ ବ ବ୍ୟକ୍ତିତ୍ଵ । ଏହି ଅଭିନବ ସଂଗୀତ ଓ ମୁଖା ଆଧାରିତ ଲୋକ ନାଟ୍ୟ ପରମ୍ପରାର ବିକାଶ ଏବଂ ସଂରକ୍ଷଣରେ ସେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସେ ଅନେକ ଆଖଡ଼ା ପ୍ରତିଷ୍ଠା କରିଛନ୍ତି । ମାତ୍ର ସାତ ବର୍ଷ ବୟସରେ ସେ ଶଖୀ ନାଟ ଶିଖୁଥିଲେ । ଏବେ ୯୮ ବର୍ଷ ବୟସରେ ମଧ୍ୟ ସେ ଏହି ସାଂସ୍କୃତିକ ଲକ୍ଷ୍ୟ ପ୍ରତିପୂର୍ଣପ୍ରାଣ ।ଣରେ ସମର୍ପିତ ରହିଛନ୍ତି । ତାଙ୍କୁ ପ୍ରହ୍ଲାଦ ନାଟକ ଦୁନିଆର ଭୀଷ୍ମ ପିତାମହ କୁହାଯାଏ । ଗଞ୍ଜାମ ଜିଲ୍ଲାରେ ଏକ ଗରିବ ପରିବାରରେ ଜନ୍ମ ଲାଭ କରିଥିବା ଶ୍ରୀ ପାତ୍ର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜ ପରମ୍ପରା ଓ ସଂସ୍କୃତିର ସଂରକ୍ଷଣରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏଥିପୂର୍ବରୁ ସେ ନାଟକ ଏକାଡେମୀ ଭଳି ସମ୍ମାନ ପାଇସାରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ଆକାଡେମୀ ସମ୍ମାନ ପାଇସାରିଛନ୍ତି।

ସେୟାର କରନ୍ତୁ

Next Post

ଫେବୃଆରୀ ୨୬ରେ ଏନସିଓଆରଡିର ୧୦ମ ଶୀର୍ଷସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ଅମିତ ଶାହ

Wed Jun 24 , 2026
‘ନିଶାଦ୍ରବ୍ୟ ନିୟନ୍ତ୍ରଣ ଭିଜନ୍ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଓ ‘ଏନସିବି ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବେ କେନ୍ଦ୍ର ଗୃହମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କ ‘ନିଶାମୁକ୍ତ ଭାରତ’ ସଂକଳ୍ପକୁ ସାକାର କରିବାରେ ପଥପ୍ରଦର୍ଶକ ହେବ ଭିଜନ୍ ଡକ୍ୟୁମେଣ୍ଟ୬,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୯,୫୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହନୂଆଦିଲ୍ଲୀ(ବାସ୍ତବକଥା): ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାର୍କୋ-ସମନ୍ୱୟ କେନ୍ଦ୍ର (ଏନସିଓଆରଡି) […]

You May Like

Pin It on Pinterest