
କଟକ(ସଂଜୟ ଶତପଥୀ): ସଂପ୍ରତି ଓଡ଼ିଶାରେ ବ୍ୟାପକ ଭାବେ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଏବଂ ଏଥିଲାଗି ବିଭିନ୍ନ ପ୍ରକାରର ଅସାମାଜିକ ଓ ଅପରାଧ ଘଟୁଥିବା ବେଳେ ଓଡ଼ିଶା ସରକାର “ନିଶା” ହିଁ ସମସ୍ତ ଗଣ୍ଡଗୋଳ ର ମୂଳ ବୋଲି ହୃଦୟଙ୍ଗମ କରିବା ସହ ଓଡ଼ିଶା ର ପୋଲିସ୍ ପ୍ରଶାସନ କୁ ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ଏକ କାର୍ଯ୍ୟକ୍ରମ “ନିଶାକୁ ନାଁ” ଶିବିର ର ଆୟୋଜନ ଲାଗି ନିର୍ଦ୍ଦେଶ ଦେଇଥିଲେ।
ଏହାକୁ ଆଧାର କରି ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାର ସମସ୍ତ ଥାନା ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ କଟକ ପୁରୀଘାଟ ଥାନାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୁରୀଘାଟ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଶ୍ବ ରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଥାନା ର ବରିଷ୍ଠ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସ୍ବାଇଁ, ଶ୍ରୀ ଶୁଭେନ୍ଦୁ ପ୍ରଧାନ ଙ୍କ ସହ ସମସ୍ତ ଅଧିକାରୀ ଯୋଗଦେଇଥିଲେ।
ପୁରୀଘାଟ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ନାୟକଙ୍କ ଆହ୍ବାନ କ୍ରମେ ପୁରୀଘାଟ ଥାନା ଅଧୀନରେ ଥିବା ସମସ୍ତ ସାହି ଓ ବଜାର ର ମୂରବୀ ଓ ଅଧୂବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ସରକାର ଙ୍କୁ ସାହାଯ୍ୟ କରିବା ସହ “ନିଶାକୁ ନାଁ” କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଶପଥ ନେଇଥୂଲେ। ନିରୀକ୍ଷକ ଶ୍ରୀ ନାୟକ ସମସ୍ତ ଙ୍କୁ ଏହି ଶପଥ ପାଠ କରାଇବା ସହ ବରିଷ୍ଠ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସ୍ବାଇଁ ସହଯୋଗ କରିଥିଲେ।
ଅବଶେଷରେ ଥାନା ର ସହକାରୀ ନିରୀକ୍ଷକ ଶ୍ରୀ ଶୁଭେନ୍ଦୁ ପ୍ରଧାନ ସମସ୍ତ ଙ୍କର ସହଯୋଗ ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।




