ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶାଙ୍କ ଭିଡ଼ିଓ କନଫରେନସିଙ୍ଗ୍ ମାଧ୍ୟମରେ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍ କାଉନସେଲିଂ ହେଲ୍ପଲାଇନ ‘ଭରୋସା’ର ଶୁଭାରମ୍ଭ କରିଛନ୍ତି । ଦିନ କୁ ଦିନ ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଚାଲିଛି, ଏହାର ମୁକାବିଲା କରିବା ପାଇଁ ପ୍ରତେକ ଦେଶ ପ୍ରସ୍ତୁତିରେ ଲାଗିପଡ଼ିଛି କିନ୍ତୁ ସଂକ୍ରମଣ କମିବା ବଦଳରେ ବଢିଚାଲିଛି । ଏହି ‘ଭରୋସା’ ହେଲପଲାଇନ୍ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ କଲେଜ ଛାତ୍ରମାନଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ । covid-୧୯ ମହାମାରୀ ସମୟରେ ଓଡ଼ିଶାର କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ବୋଲି ଆଜି ଏହି ହେଲ୍ପଲାଇନର ଶୁଭାରମ୍ଭ କରି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ଏହି ହେଲ୍ପଲାଇନର ଶୁଭାରମ୍ଭ କରି କହିଛନ୍ତି । ଏହି ଅବସର ରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଥିଲେ ।
Next Post
୧୭ ଦିନରେ କ୍ବାରେଣ୍ଟିନ୍ ଶେଷ...ନୂଆ ଗାଇଡ୍ ଲାଇନ୍
Mon May 11 , 2020
କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବାକୁ ପଡିବ । ଏହାଛଡ଼ା, ମୋବାଇଲ୍ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍ଲାଇନ୍ରେ ଆହ୍ବାନ ଦିଆଯାଇଛି । ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ […]

You May Like
-
6 years ago
ଆଜିର ଖାସ୍ ଖବର ।
-
4 years ago
ଆଜିର ଖାସ୍ ଖବର