କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଲେ…

ନୂଆଦିଲ୍ଲୀ(ବାସ୍ତବକଥା): ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି।

ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏକ ସୁଦୃଢ଼, ଅନ୍ତର୍ଭୁକ୍ତିମୂଳକ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଦେଶର ବିକାଶର ମୂଳଦୁଆ ବୋଲି ସେ ସଦାସର୍ବଦା ବିଶ୍ୱାସ କରିଆସିଛନ୍ତି।

“ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ମାତ୍ରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଘଟଣାର ତଦନ୍ତ CBI କୁ ହସ୍ତାନ୍ତର କରାଯାଇଥିଲା, ପୁନଃପରୀକ୍ଷା କରାଯାଇଥିଲା ଏବଂ ଆସନ୍ତା ବର୍ଷଠାରୁ NEET ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର-ଆଧାରିତ (CBT) ମୋଡ୍ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରପେକ୍ଷ ପରୀକ୍ଷା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ଥିଲା। ସଫଳତାର ସହ ପୁନଃପରୀକ୍ଷା ଓ ଫଳାଫଳ ପ୍ରକାଶ ପାଇବା ପରେ ବି କିଛି ଲୋକ ଛାତ୍ରମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ, ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।

ଏହା ତାଙ୍କର ବ୍ୟକ୍ତିଗତ ସମ୍ମାନର ବିଷୟ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତର ପ୍ରଶ୍ନ। ଛାତ୍ରମାନଙ୍କ ଭବିଷ୍ୟତ ଆଇନଗତ ବିବାଦ ଏବଂ ରାଜନୈତିକ ଦ୍ୱନ୍ଦ୍ୱରେ ଫସିଯାଉ କିମ୍ବା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉ, ସେ ତାହା ଚାହାଁନ୍ତି ନାହିଁ। ଏହି କାରଣରୁ ସେ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ପତ୍ରର ଶେଷରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିକ୍ଷା ମନ୍ତ୍ରଣାଳୟର ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ମାତା, ଓଡ଼ିଶାବାସୀ ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ସଦାସର୍ବଦା ନିୟୋଜିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେୟାର କରନ୍ତୁ

Next Post

୨୬ ଜୁଲାଇରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬...

Sat Jul 25 , 2026
ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀସାରା ଦେଶରେ ଆୟୋଜିତ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ ୨୦୨୬’ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ରୁ ଅଧିକ ଯୁବକଯୁବତୀ ଚୟନ ହୋଇଥିଲେ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ୪ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁବପିଢ଼ିଙ୍କୁ ଲଦାଖ , ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ୭୪ଟି ଭାଇବ୍ରାଣ୍ଟ ସୀମାନ୍ତ ଗ୍ରାମ ସହିତ […]

You May Like

Pin It on Pinterest