ଉଦଯାପିତ ହେଲା ‘ମଣିମା’ ସମୂହ ଚିତ୍ରକଳା ପ୍ରଦର୍ଶନୀ…

ସମ୍ବଲପୁର(ବାସ୍ତବକଥା) : ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ ‘ମଣିମା’ ଉଦଯାପିତ ହୋଇଯାଇଛି।

ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ କଳାକାର, ସଂଗ୍ରହାଧ୍ଯକ୍ଷ ଏବଂ ଚଳଚିତ୍ର ନିର୍ମାତା ଆଶିଷ ପହି ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ସେ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର କଳା ଏବଂ କଳାକାରମାନଙ୍କ ଚାହିଦା କିପରି ବୃଦ୍ଧି ପାଇପାରିବ ଏବଂ ସମାଜରେ ଚିତ୍ରକଳାକୁ କିପରି ଅଧିକ ଗ୍ରହଣୀୟ କରାଯାଇପାରିବ ସେ ସମ୍ପର୍କରେ ବିଶେଷ ମତ ରଖିଥିଲେ।

ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ସେ ଉତ୍ସାହିତ ଏବଂ ପ୍ରେରିତ କରିଥିଲେ। ବରିଷ୍ଠ ଚିତ୍ରଶିଳ୍ପୀ ପବିତ୍ର ମୋହନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ପ୍ରଦର୍ଶନୀରେ ନୟନ ମଲ୍ଲିକ, ସୁଧାଂଶୁ ନାୟକ, ପବିତ୍ର ମୋହନ ଶତପଥି, ପ୍ରଶାନ୍ତ ମାଝୀ, ଗୌରୀ ଶଙ୍କର ସିଂ, ସଞ୍ଜୟ ସାହୁ, କେଦାର ନାୟକ, କୁଲଦୀପ ବର୍ମା, ରଞ୍ଜିତା ମିଶ୍ର, ଦୀପିକା ଦେ, ସୁଶାନ୍ତ ମେହେର, ଛବିଳ ଦଳାଇ, ଅନୁରେଖା ଜେନା, ପ୍ରଭୁ ଦୟାଲ ତୀର୍କୀ, ନମିତା ବଡ଼ପଣ୍ଡା, ନୀଳକଣ୍ଠ ତାଣ୍ଡି, ପୁରୁଷୋତ୍ତମ ମିଶ୍ର, ଲିଙ୍କନ ନାୟକ, ତୃପ୍ତିମୟୀ ମେହେର, ସୁଜାତା ବେହେରା, ପ୍ରଭାସ କୁମାର ମେହେର, ରାଧାରାଣୀ ପଣ୍ଡା, ଶୁଭ୍ରସ୍ମିତା ମେହେର, କ୍ରିଷ୍ଣାରାଣୀ ପଟେଲ, ମନପ୍ରୀତ କୌର, ଜିତେନ୍ଦ୍ରୀୟ ବେହେରା, ନିବେଦିତା ବେହେରା, ଅଶୁମିତା ନାୟକ, ଯତୀନ କୁମାର ପାଢ଼ୀ, ଭବାନୀ ଶଙ୍କର ପ୍ରଧାନ, ମନୋଜ ପ୍ରଧାନ, ସଞ୍ଜୟ କୁମାର ମହାରଣା, ପୂର୍ଣଚନ୍ଦ୍ର ମେହେର, ମନୀଷ ବିଶ୍ୱାଳ, ଲୋକନାଥ ସାହାଣୀ, ଭାଗବତ ପ୍ରସାଦ ମିଶ୍ର, ପ୍ରାଯେକ୍ତା ପଣ୍ଡା, ବିକାଶ ମାଝୀ, ସତ୍ୟନାରାୟଣ ମେହେର, କସ୍ତୁରୀ ପଟେଲ, ମଧୁସ୍ମିତା ନାୟକ, ଜାଗୃତି ନାଏକ ଏବଂ ବିଶ୍ୱ ରଞ୍ଜନ ସାହୁଙ୍କ ଚିତ୍ତାକର୍ଷକ ଚିତ୍ରକୃତୀ ପ୍ରଦର୍ଶିତ ହୋଇଥିଲା।

ସପ୍ତାହବ୍ୟାପୀ ଏହି ପ୍ରଦର୍ଶନୀକୁ ଶତାଧିକ ଦର୍ଶକ ଏବଂ କଳାପ୍ରେମୀ ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ପରିଚାଳକ ବିଦ୍ୟାପତି ପ୍ରଧାନ ପ୍ରଦର୍ଶନୀକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ପୁରୀ ପୋଲିସ ଓ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ, ସରକାର ବଦନାମ ହେଉଥିବା ଚର୍ଚ୍ଚା....

Sun Jul 26 , 2026
ପୁରୀ(ଜୟକୃଷ୍ଣ ଦାସ): ପୁରୀ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ହେଉଛି, ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ସହଯୋଗୀଙ୍କୁ କର୍ଡନ ମଧ୍ୟକୁ ସହଜରେ ଛଡ଼ାଯାଇନଥିବା ବେଳେ, କେତେକ ସ୍ୱେଚ୍ଛାସେବୀ ସଂସ୍ଥା, ଯଥା କଟକର “ଈଶ୍ୱର” ସେବା ସଂସ୍ଥା ର ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରକୁ ପ୍ରବେଶ […]

You May Like

Pin It on Pinterest