କାକଟପୁର ବ୍ଲକ ମିଶନ ଶକ୍ତି ବି ପି ଏମଙ୍କ ବିରୋଧରେ ଅଭିଯୋଗ….

କାକଟପୁର(ମାନସ ସାମଲ)୨୭/୦୭:କାକଟପୁର ବ୍ଲକ ମିଶନ ଶକ୍ତି ବିଭାଗରେ ନିଯୁକ୍ତି ପାଇଥିବା ବି ପି ଏମଙ୍କ ସ୍ୱେଛାଚାରିତା କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲକର କେତେକ ସ୍ୱୟଂ ସହାୟିକା ଗୋଷ୍ଠି, ଆଞ୍ଚଳିକ ମଞ୍ଚ ଓ ମହାସଂଘର କର୍ମକର୍ତ୍ତାମାନେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ତାହାର ଏକକିତା ନକଲ ଜିଲ୍ଲାପାଳ ପୁରୀ, ମହିଳା ଶିଶୁ ବିକାଶ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଓ ଡାଇରେକ୍ଟର ଅଫ ମହିଳା ଶିଶୁ ବିକାଶ ବିଭାଗଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି।

ପ୍ରାପ୍ତ ସୂଚନାର ଅଭିଯୋଗ ଅନୁଯାୟୀ କୁଣ୍ଢେଇ ଗ୍ରାମପଞ୍ଚାୟତ ମହାସଂଘର ପୁର୍ନଗଠନ ନ ହୋଇ, ସାଧାରଣ ବୈଠକ ନ ଡକାଇ ବି ଏଲ୍ ସି ମ୍ୟାଡମ କାହା ପ୍ରରୋଚନାରେ ନୂତନ ଯୁଗ୍ମ ସମ୍ପାଦିକା ନିଯୁକ୍ତି କରିଛନ୍ତି।ଯଦି ଏହାର ପ୍ରତିବାଦ କରାଯାଉଛି ତେବେ ତାଙ୍କୁ ଇ ସି ସଭ୍ୟାରୁ ବାଦ ଦିଆଯାଉଛି। ସି ଆର ପି ଓ ଏମ ବି କେ ନିଯୁକ୍ତିରେ ବ୍ୟାପକ ଅନିୟମିତତା କରି ସରକାରୀ ଗାଇଡ୍ ଲାଇନକୁ ଅଣଦେଖା କରି ଉତ୍କୋଚ ନେଇ ନିଯୁକ୍ତି ଦେବା, ମା ମଂଗଳା ଆଞ୍ଚଳିକ ମଞ୍ଚର ଗୋଷ୍ଠୀ ଗୁଡିକର ସୁଧ ପ ଇସା ଫେରସ୍ତ କରାଇ ନଦେବା, କେତେକ ପଂଚାୟତର ଇ ସି ସଭ୍ୟାମାନେ ଯଦି ସି ଆର ପି ଓ ଏମ ବି କେ ଭାବରେ ନିଯୁକ୍ତି ପାଇପାରୁଛନ୍ତି, ତେବେ ଅନ୍ୟ ମାନଙ୍କ ପ୍ରତି ସେଭଳି ନିୟମକୁ ଲାଗୁ ନ କରିବା ପଛର ରହସ୍ୟ କଣ ହୋଇପାରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ତୁରନ୍ତ କାକଟପୁର ବ୍ଲକ ମିଶନ ଶକ୍ତି ବିଭାଗରୁ ଏ ଭଳି ଅସାଧୁ କର୍ମଚାରୀଙ୍କୁ ଅପସାରଣ କରି ଆମ ମାନଙ୍କୁ ଯଦି ନ୍ୟାୟ ପ୍ରଦାନ କରା ନ ଯାଏ ତେବେ କୁଣ୍ଢେଇ ଗ୍ରାମପଞ୍ଚାୟତର ସ୍ୱୟଂ ସହାୟୀକା ଗୋଷ୍ଠିର ସଭ୍ୟା ଓ ଆଞ୍ଚଳିକ ମଞ୍ଚର ସଭ୍ୟାମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଡିଓଙ୍କ ଦପ୍ତର ଆଗରେ ଧାରଣାରେ ବସିବେ ବୋଲି ସୂଚାଇଛନ୍ତି।

ସେୟାର କରନ୍ତୁ

Next Post

ଦୁର୍ନୀତି ଓ 'ପିସି ପ୍ରଥା' ଉଚ୍ଛେଦ ପାଇଁ ଦାବି ! କାକଟପୁର ବ୍ଲକ୍ ଆଗରେ ବିଜେଡିର ବିକ୍ଷୋଭ...

Thu Jul 30 , 2026
କାକଟପୁର(ମାନସ ସାମଲ)୩୦/୭: କାକଟପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଜନସମସ୍ୟା, ବିକାଶ କାର୍ଯ୍ୟରେ ଦୁର୍ନୀତି ଏବଂ ପିସି ପ୍ରଥା ଉଚ୍ଛେଦ ଦାବିରେ ଶତାଧିକ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ପ୍ରାୟ ହଜାର ରୁ ଅଧିକ କର୍ମୀ ଙ୍କ ଜନସମାଗମରେ ଏକ ବିଶାଳ ଶୋଭାଯାତ୍ରା କାକଟପୁର ମୁଖ୍ୟ ବଜାର ସ୍ଥିତ ପଦ୍ମଚରଣ ସାମନ୍ତସିଂହାର […]

You May Like

Pin It on Pinterest