କିଡିନ୍ ରୋଗୀଙ୍କୁ ସାହାର୍ଯ୍ୟ ର ହାତ ବଢ଼ାଇବା ପାଇଁ ବହୁମୁଖି ଯୁବସମନ୍ଵିତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

କାକଟପୁର(ମାନସ ସାମଲ): କାକଟପୁର ମୋତି କଲ୍ୟାଣ ମଣ୍ଡପ ଠାରେ ପୁରୀ ଜିଲ୍ଲାର ଅଗ୍ରଣୀ ସଂଗଠନ ବହୁ ମୁଖି ଯୁବସମନ୍ଵିତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶୁଶାନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଅଛି ।

ଏହି ସାମ୍ବାଦିକ ସମ୍ମିଳନୀ ର ମୂଖ୍ୟ ଆଭିମୂଖ୍ୟ ହେଉଛି କାକଟପୁର ବ୍ଲକ ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଅନ୍ତର୍ଗତ ଶଢାସଂ ଗ୍ରାମରେ ଥିବା ବାପା ମା ଛେଉଣ୍ଡ ସୁକାନ୍ତ ଖଟୋଇ ର ଦୁଇଟି କିଡିନ୍ ୯୦ପ୍ରତିଶତ ନଷ୍ଟ ହୋଇ ଯାଇଥିବାରୁ ସୁକାନ୍ତ ର ଚିକିସ୍ତା ପାଇଁ କିପରି ସରକାରୀ ସହାୟତା ମିଳିବ ଓ ସମସ୍ତ ଜନସାଧାରଣ ମାନେ ସୁକାନ୍ତକୁ ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଆଜି ଏହି ସମ୍ମୀଳନୀ ର ମୁଖ୍ୟ ଉଦ୍ୟଶ ବୋଲି ଟ୍ରଷ୍ଟର ସମ୍ପାଦକ ବିଶ୍ୱଜିତ୍ ବିଶ୍ୱାଳ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ଲୋକଂକ ବିଭିନ୍ନ ପ୍ରକାରର ଯେ କୌଣସି ସମସ୍ୟା ରହିଛି ତାହା ସଂପର୍କରେ ସୂଚନା ଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ଟୋଲ୍ ଫ୍ରି (7657006736) ନମ୍ବରଟି ଜାରି କରାଯାଇଅଛି ।

ଏହି ସମ୍ମୀଳନୀରେ ଟ୍ରଷ୍ଟର ଉପସଭାପତି ସୁବାଷ ଚନ୍ଦ୍ର ବେଉରା , ସହ ସମ୍ପାଦକ ବିଚିତ୍ର ଓଝା , କୋଷାଧ୍ୟକ୍ଷ ଅତୁଲ କୁମାର ଜେନା , ରମାକାନ୍ତ ସ୍ଵାଇଁ, ଶୁବାଶିଷ ମିଶ୍ର, ହରିହର ରଥ , ଓମ୍ ପ୍ରକାଶ ବସ୍ତିଆ , ସ୍ମୃତି ରଞ୍ଜନ ଧଳସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ,ହେରୋଇନ୍ ଜବତ....

Fri Jul 31 , 2026
କଟକ(ବାସ୍ତବ କଥା):ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଗୋଲେଇ ଛକ ନିକଟରେ ଥିବା ଆହାର କେନ୍ଦ୍ର ନିକଟରେ ଚୋରା ହେରୋଇନ୍ ବ୍ୟବସାୟୀ କଟକ କେଶରପୁର ଅଞ୍ଚଳ ର ଶ୍ରୀ କେ.ଭେଙ୍କଟ୍ […]

You May Like

Pin It on Pinterest