କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ,ହେରୋଇନ୍ ଜବତ….

କଟକ(ବାସ୍ତବ କଥା):ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଗୋଲେଇ ଛକ ନିକଟରେ ଥିବା ଆହାର କେନ୍ଦ୍ର ନିକଟରେ ଚୋରା ହେରୋଇନ୍ ବ୍ୟବସାୟୀ କଟକ କେଶରପୁର ଅଞ୍ଚଳ ର ଶ୍ରୀ କେ.ଭେଙ୍କଟ୍ କୁ ଗିରଫ କରିବା ସହ ତା’ପାଖରେ ମହଜୁଦ ଥିବା ୭୨ ଗ୍ରାମ ଚୋରା ହେରୋଇନ୍ ଯାହାର ଆନୁମାନିକ ମୂଲ୍ୟ ପ୍ରାୟତଃ ୭,୨୦,୦୦୦/-ଟଙ୍କା ହେବ ଜବତ କରି ଓଡ଼ିଶା ଅବକାରୀ ଆଇନ ୧୯୮୫ ଧାରା ୨୧(ବି) ଏନ୍.ଡି.ପି.ଏସ୍. ଅନୁଯାୟୀ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି।

ଅବକାରୀ ବିଭାଗ ର ଏହି ଚଢାଉ ରେ ନିରୀକ୍ଷକ ଶ୍ରୀ ବର୍ମା ଙ୍କ ସହ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ର ସହକାରୀ ନିରୀକ୍ଷକ ଶ୍ରୀମତୀ ନିରୁପମା ସାହୁ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ଆଶୁତୋଷ ଜେନା, ଅବକାରୀ କନେଷ୍ଟବଳ ଶ୍ରୀ ଅଜୟ କୁମାର ଜେନା, ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଶଙ୍କର ସିଂ, ଶ୍ରୀ ଲକ୍ଷ୍ମଣ ବେହେରା ଙ୍କ ସହ ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ ସାମିଲ୍ ହୋଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେୟାର କରନ୍ତୁ

Next Post

ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ୧୨ଶ ଅଧୂଷ୍ଠାନ ଉତ୍ସବ...

Fri Jul 31 , 2026
କଟକ(ସଂଜୟ ଶତପଥୀ): କଟକର ସୁନାମଧନ୍ୟ ଅନୁଷ୍ଠାନ ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ୧୨ଶ ଅଧୂଷ୍ଠାନ ଉତ୍ସବ କଟକର କଟକ କ୍ଲବ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଭି.ନରସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଶ୍ରୀ ଜ୍ଞାନେନ୍ଦ୍ର […]

You May Like

Pin It on Pinterest