ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ୧୨ଶ ଅଧୂଷ୍ଠାନ ଉତ୍ସବ…

କଟକ(ସଂଜୟ ଶତପଥୀ): କଟକର ସୁନାମଧନ୍ୟ ଅନୁଷ୍ଠାନ ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ୧୨ଶ ଅଧୂଷ୍ଠାନ ଉତ୍ସବ କଟକର କଟକ କ୍ଲବ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଭି.ନରସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଶ୍ରୀ ଜ୍ଞାନେନ୍ଦ୍ର କୁମାର ଶର୍ମା ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଶ୍ରୀ ବିପିନ୍ ବିହାରୀ ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୋଭା ବର୍ଦ୍ଧନ
କରିବା ସହ ବର୍ତ୍ତମାନ ସମାଜ ରେ ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ଆବଶ୍ୟକତା ବିଷୟରେ ନିଜର ମତପ୍ରକାଶ କରିଥିଲେ। ମୂଖ୍ୟ ଅତିଥି ମାନ୍ୟବର ଜଷ୍ଟିସ ଭି.ନରସିଂହ ଙ୍କ ଅଭିଭାଷଣ ଓ ସମାଜ ରେ କଲ୍ୟାଣ ଦିଗରେ ଏହି ଅନୁଷ୍ଠାନ ର ପ୍ରତିବଦ୍ଧତା ବିଷୟରେ ଅଭିଭାଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥୂଲା।

ଅନୁଷ୍ଠାନ ର ନିୟମାନୁଯାୟୀ ଚଳିତ ୨୦୨୬-୨୭ ବର୍ଷର ନୂତନ ସଭାପତି ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର କୁମାର ଦାସ ଓ ସମ୍ପାଦକ ରୋଟାରୀଆନ୍ ଶ୍ରୀ ପବିତ୍ର ମହାନ୍ତି ଙ୍କୁ ପ୍ରାକ୍ତନ ସଭାପତି ରୋଟାରୀଆନ୍ ଶ୍ରୀ ଲଳିତ କୁମାର ରାଉତ ଓ ସମ୍ପାଦକ ରୋଟାରୀଆନ୍ ଶ୍ରୀ ଆଲୋକେଶ ମହାପାତ୍ର ଆନୁଷ୍ଠାନିକ ଭାବେ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୂଖପତ୍ର‌ କୁ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ କରାଯାଇଥିଲା। ପୂର୍ବତନ ସଭାପତି ରୋଟାରୀଆନ୍ ଶ୍ରୀମତୀ ସୁଜାତା ମହାପାତ୍ର ଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଭର୍ଣ୍ଣର ଶ୍ରୀ ଅଶୋକ ବିହାରୀ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟ୍ଟନାୟକ, ରୋଟାରୀଆନ୍ ପିଡିଜି ଡଃ ସୈ।ମ୍ଯରଞ୍ଜନ ମିଶ୍ର ଙ୍କ ସମେତ ବହୁ ରୋଟାରୀଆନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶ୍ରୀ ନଟବର ପଣ୍ଡା, ଶ୍ରୀମତୀ ରାଜଲକ୍ଷ୍ମୀ ପାତ୍ର, ଶ୍ରୀମତୀ ସରିତା ମିଶ୍ର,ସି.ଭାଗ୍ଯଶ୍ରୀ ଓ ରୋଟାରୀଆନ୍ ଆଲୋକେଶ ମହାପାତ୍ର ଙ୍କ ସହାୟତା ପ୍ରଶଂସନୀୟ ଥିଲା।

ସେୟାର କରନ୍ତୁ

You May Like

Pin It on Pinterest