ଜଳେଶ୍ୱର ଷ୍ଟେସନ୍‌ରେ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଚାଲୁଥିବାରୁ ଟ୍ରେନ୍‌ ସେବା ପ୍ରଭାବିତ

ବାଲେଶ୍ୱର, ଅଗଷ୍ଟ ୨୧ (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳ ଲାଇନ୍‌ ନିର୍ମାଣ ପାଇଁ ଜଳେଶ୍ୱର ୟାର୍ଡରେ ୟାର୍ଡ ରିମଡେଲିଂ କାର୍ଯ୍ୟ ସମ୍ପର୍କିତ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଯୋଗୁଁ ଖଡ଼ଗପୁର ଡିଭିଜନ୍‌ରେ ଅନେକ ଟ୍ରେନ୍‌ର ଚଳାଚଳ ବାତିଲ୍‌ ଓ ପୁନଃନିର୍ଦ୍ଧାରିତ ହେବ।

୬୮୦୨୧/୬୮୦୨୨ ଖଡ଼ଗପୁର-ବାଲେଶ୍ୱର-ଖଡ଼ଗପୁର ମେମୁ ଟ୍ରେନ୍‌ ଅଗଷ୍ଟ ୨୪ରୁ ୨୯ ପର୍ଯ୍ୟନ୍ତ ବାତିଲ୍‌ ରହିବ। ସେହିପରି ୬୮୦୪୯/୬୮୦୫୦ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ମେମୁ ଏବଂ ୬୮୦୫୨/୬୮୦୫୧ ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୁ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ବାତିଲ୍‌ ରହିବ।

ଏହା ବ୍ୟତୀତ ଅନେକ ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ୧୬୨୨୪ ରାଧିକାପୁର-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଅଗଷ୍ଟ ୨୩ରେ ରାଧିକାପୁରରୁ ୨୬୦ ମିନିଟ୍‌ ବିଳମ୍ବରେ ଛାଡ଼ିବ। ୧୨୮୭୬ ଏଏନ୍‌ଭିଟି-ପୁରୀ ନୀଳାଚଳ ଏକ୍ସପ୍ରେସ୍‌ ଅଗଷ୍ଟ ୨୩ ଓ ୨୫ରେ ୬୦ ମିନିଟ୍‌ ବିଳମ୍ବରେ ଚାଲିବ।

୧୨୭୦୩ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍‌ ଅଗଷ୍ଟ ୨୪ରେ ୧୫୦ ମିନିଟ୍‌, ଅଗଷ୍ଟ ୨୬ରେ ୧୨୦ ମିନିଟ୍‌ ଏବଂ ଅଗଷ୍ଟ ୨୮ରେ ୨୭୦ ମିନିଟ୍‌ ବିଳମ୍ବରେ ଚାଲିବ। ୧୨୮୨୧ ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍‌ ଅଗଷ୍ଟ ୨୪ରେ ୧୨୦ ମିନିଟ୍‌ ଏବଂ ଅଗଷ୍ଟ ୩୦ରେ ୨୪୦ ମିନିଟ୍‌ ବିଳମ୍ବରେ ଚାଲିବ।

୧୨୨୪୬ ଏସ୍‌ଏମ୍‌ଭିବି-ହାୱଡ଼ା ଦୁରନ୍ତୋ ଏକ୍ସପ୍ରେସ୍‌, ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫାଲକନାମା ଏକ୍ସପ୍ରେସ୍‌, ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌, ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌, ୧୨୫୦୪ ଅଗରତାଲା-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍‌, ୧୨୫୫୧ ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌, ୧୮୦୬୪ ୱାଇଏନ୍‌କେ-ଏସ୍‌ଆର୍‌ସି ଏକ୍ସପ୍ରେସ୍‌ ଏବଂ ୧୬୫୯୭ ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ-ଏପିଡିଜେ ଅମୃତ ଭାରତ ଏକ୍ସପ୍ରେସ୍‌ ସମେତ ଅନ୍ୟାନ୍ୟ ଟ୍ରେନ୍‌ର ଚଳାଚଳ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଅଗଷ୍ଟ ୩୦ରେ ୧୮୦୪୫ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍‌ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌, ୨୨୮୧୧ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଏବଂ ୧୨୨୪୫ ହାୱଡ଼ା-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସ୍‌ ୧୨୦ ମିନିଟ୍‌ ବିଳମ୍ବରେ ଚାଲିବ।

ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନ ସମ୍ପର୍କରେ ଅବଗତ ରହି ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା....

Sat Aug 22 , 2026
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)୨୨/୦୮: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତି ପ୍ରାୟ ୦୪ଟାରେ ଏକ୍ସରେ ରୁମ୍ ରେ କାର୍ଯ୍ୟରତ ଜୁନିୟର ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଦୁର୍ବ୍ୟବହାର କରିଥିବା ସହ ଏକ୍ସ ରୁମରେ ବ୍ୟବହୃତ ହେଉଥିବା କ୍ୟାସେଟ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ତାଲା ପଡ଼ିଥିବା ସହ କର୍ମଚାରୀ ଡ୍ୟୁଟି ବନ୍ଦ କରିଦେଇଥିବା ବେଳେ ବିଭିନ୍ନ ଯାଗାରୁ ଆସୁଥିବା […]

You May Like

Pin It on Pinterest