ସେମିଳିଗୁଡା ପୋଲିସ ଦ୍ୱାରା ୮୬.୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ…

କୋରାପୁଟ(ନିପ୍ର):ସେମିଳିଗୁଡ଼ା ପୋଲିସ ଦ୍ୱାରା ୮୬.୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବେଆଇନ ଭାବରେ ଗଞ୍ଜେଇଏକ ମହିନ୍ଦ୍ରା ଗାଡିରେ ଚାଲାଣ କରାଯାଉଥିଲା ସମୟରେ ଜବତ କରିଥିବା ସେମିଳିଗୁଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ।
ଅଗଷ୍ଟ ୨୧ ତାରିଖରେ ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ (OR-29-9345) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆଗୁଆ ପୋଲିସକୁ ସୂଚନା ରହିଥିଲା । ଏସ.ଆଇ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଥାଟପଦରଗୁଡ଼ା ଛକ ନିକଟରେ ଜଗି ଗାଡିକୁ ଚଢ଼ଉ କରି ଗାଡ଼ିଟିକୁ ଅଟକାଇଥିଲେ। ପୋଲିସକୁ ଦେଖି ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ଫେରାର ହେବାକୁ ଚେଷ୍ଟା କରିଥିବା ବେଳେ ଟିମ୍‌ ଗାଡ଼ି ଚାଳକ ସୋନୁ ବିଶ୍ୱକର୍ମା (୨୫)ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ଗାଡ଼ି ଯାଞ୍ଚ ସମୟରେ ୪ଟି ବଡ଼ ପ୍ଲାଷ୍ଟିକ ବ୍ୟାଗ୍‌ରୁ ୪୩ଟି ଗଞ୍ଜେଇ ପ୍ୟାକେଟ୍‌ ମୋଟ ୮୬. ୫ କେଜି ଉଦ୍ଧାର କରାଯାଇଥିଲା। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଓ ଦୁଇ ଜଣ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ NDPS ଆଇନ ଅନୁଯାୟୀ ଓଜନ କରାଯାଇଥିଲା। ପୋଲିସ ଗଞ୍ଜେଇ ସହ ବୋଲେରୋ ଗାଡ଼ି ଓ ଗୋଟିଏ ୱାନ୍‌ପ୍ଲସ୍‌ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏ ନେଇ ସେମିଳିଗୁଡ଼ା ଥାନାରେ କେସ୍‌ ନଂ-୧୩୨/୨୬ ରୁଜୁ କରାଯାଇ ଅଭିଯୁକ୍ତ ସୋନୁକୁ କୋର୍ଟଚାଲାଣ କରାଯାଇଛି। ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁର ସୂଚନା ଦେଇଛନ୍ତି

ସେୟାର କରନ୍ତୁ

You May Like

Pin It on Pinterest