ଆଇଗିଣିଆ ଜମି ଜାଲିଆତି ଘଟଣା : ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର….

ଭୁବନେଶ୍ୱର(ବର୍ଷା ଦାସ)୨୪/୮ : ଚଞ୍ଚକତା କରି ଜାଗା ଦଖଲ , ଫରଜି ପଦ୍ଧତିରେ ଦାଖଲ ଖାରଜ କେଶ ,ଏବଂ ଶେଷରେ ଚଢା ଦରରେ ଅନ୍ୟକୁ ଜାଗା ବିକ୍ରୀ।ରାଜଧାନୀ ଘାଟିକିଆ ରାଜସ୍ବ ସର୍କଲ ଆଇଗିଣିଆ ଗ୍ରାମର ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର ।

ସୂଚନା ଅନୁଯାୟୀ ଆଇଗିଣିଆ ଗ୍ରାମର ହରିହର ମହାରଣା କିଣିଥିବା ଜାଗାକୁ କ୍ଷମତା ପତ୍ର ବଳରେ ମିନତୀ ପୃଷ୍ଟି ଏବଂ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପୃଷ୍ଟି ୪୯୫ ଡ଼ିସିମିଲ ଜାଗାକୁ ବିକ୍ରୀ କବଲା କରାଇ ନେଇଥିଲେ ।ପରେ ଘଟଣାକୁ ନେଇ ହରିହର ମହାରଣା ଙ୍କ ପରିବାର ଅଭିଯୋଗ କରିବାରୁ ବିକ୍ରି କବଲା ଜବତ ହୋଇଥିଲା । ତେବେ ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ।

ପରେ ତହସିଲ କର୍ତ୍ତୃପକ୍ଷଙ୍କୁ ହାତ କରି ଜମିର ପଟା ବାହାର କରି ଏବେ ଅନ୍ୟ ଲୋକଙ୍କୁ ଚଢା ଦରରେ ବିକ୍ରୀ କରୁଛନ୍ତି ଜମି । ହେଲେ ଜମି କିଣିବା ଲୋକ ଘର ନିର୍ମାଣ ପାଇଁ ଆସିବା ବେଳେ ପ୍ରକୃତ ମାଲିକ କଲେ ବିରୋଧ ଏବଂ ଘଟଣା ଯାଇ ପହଁଚିଲା ଥାନାରେ । ତେବେ ଉକ୍ତ ଜମି ଉପରେ ମାନ୍ୟବର ଅଦାଲତଙ୍କ ସ୍ଥିତାବସ୍ଥା ଆଦେଶ ଥିବାରୁ ନିର୍ମାଣ କାମ ବନ୍ଦ ରଖିବାକୁ କହିଲା ପୁଲିସ ।

ଭୁବନେଶ୍ୱର ତହସିଲ ଘାଟିକିଆ ରାଜସ୍ବ ସର୍କଲ ଅଧିନସ୍ଥ ଆଇଗିଣିଆ ମୌଜାରେ ଦେଖିବାକୁ ମିଳିଛି ଏପରି ଘଟଣା ।ଆଇଗିଣିଆ ଗ୍ରାମର କ୍ଷତିଗ୍ରସ୍ତ ପରିବାର ଆଣିଛନ୍ତି ଏପରି ଅଭିଯୋଗ ।ସଂପୂର୍ଣ୍ଣ ଘଟଣାରେ ଜଣେ ପୂର୍ବତନ କର୍ପୋରେଟର , ଭୁବନେଶ୍ୱର କୋର୍ଟ ର ଜଣେ ମୋହରୀ ଏବଂ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ପ୍ରଛଦ ପଟରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

ସେୟାର କରନ୍ତୁ

Next Post

ବସ୍ତା-ବାଲିଆପାଳର ବନ୍ୟା ଓ କୃତ୍ରିମ ଜଳବନ୍ଦୀର ସ୍ଥାୟୀ ସମାଧାନ ଦାବି କଲେ ବିଧାୟିକା ସୁବାସିନୀ ଜେନା

Mon Aug 24 , 2026
•କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ‘ପାରିଜାତ’ ବିହନ. ଯୋଗାଣ ଦାବି ବାଲେଶ୍ୱର୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା ଏବଂ ସ୍ଥାୟୀ ପ୍ରତିକାର ପାଇଁ ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଜିଲ୍ଲା ଗସ୍ତ ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ଭୋଗରାଇ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବସ୍ତା ଓ ବାଲିଆପାଳ […]

You May Like

Pin It on Pinterest