ଆନନ୍ଦପୁର(ନିର୍ମଳ ରାଉଳ):ଆନନ୍ଦପୁରବ୍ଲକ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର (ଆତ୍ମା)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି,ବିଜେପିର ବରିଷ୍ଠ ନେତା ବସନ୍ତ କୁମାର ସାହୁ।
ଶ୍ରୀ ସାହୁ ନିର୍ବାଚିତକୁ ନେଇ ଦଳିୟ କର୍ମୀ ଓ ସମର୍ଥକ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବସନ୍ତ ସାହୁ ସଭାପତି ଭାବେ ନିର୍ବାଚିତ ହେବା ପରେ ବିଜେପିର ବରିଷ୍ଠ ନେତା ଟୁକୁନା ମହାନ୍ତ,ପୂର୍ବତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର,ନଗର ମଣ୍ଡଳ ସଭାପତି ହେମନ୍ତ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ବସନ୍ତଙ୍କ ନେତୃତ୍ୱରେ ଆତ୍ମା ସଂସ୍ଥା କୃଷକ ମାନଙ୍କ କଲ୍ୟାଣ କୃଷିର ଆଧୁନିକରଣ ଏବଂ କୃଷି ଭିର୍ତ୍ତିକ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବ ବୋଲି ଶୁଭେଛୁ ମାନେ ଆଶା ପ୍ରକାଶ କରିଛନ୍ତି।
ସେମାନେ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।ସେହିପରି ଡି.ଏଫ.ଏ.ସି ତପନ ପାତ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଜିଲ୍ଲା କୃଷି ଆତ୍ମା କମିଟିକୁ ସଦସ୍ୟ ଭାବେ ଯାଇଛନ୍ତି।ଆଜିର ନିର୍ବାଚନ ଦାୟିତ୍ୱରେ ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମହାନ୍ତ,ଜିଲ୍ଲା କୃଷି ଅଧିକାରୀ ନୀଳମାଧଵ ଦାସ,ବ୍ଲକ କୃଷି ଅଧିକାରୀ ଜୟନ୍ତ ଦାସ, ଜଗମୋହନ ନାୟକ,ମତ୍ସ ପଶୁପାଳନ ଅଧିକାରୀ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସୁଚାରୁରୂପେ ତୁଲାଇଥିବା ବେଳେ ମୋଟ ୨୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨୪ ଜଣ ଉପସ୍ଥିତ ଥିଲେ।
Fri Sep 11 , 2026
କଟକ(ସଞ୍ଜୟ ଶତପଥୀ): ଆଜି ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର (ୟୁ.ଏଫ୍.ବି.ୟୁ) ର ଡାକରା ରେ ସମଗ୍ର ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କରୁ ପ୍ରାୟ ଆଠ ଲକ୍ଷରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।ଚାରି ଦଫା ସମ୍ମିଳିତ ଦାବି ଯଥା:-ସପ୍ତାହକୁ ପାଞ୍ଚଦିନ କାର୍ଯ୍ୟଦିବସ,ପରଫରମାନ୍ସ ଲିଙ୍କ ଇନସଜନଟିଭ୍(ପି.ଏଲ୍.ଆଇ.) ସଂଶୋଧନ,ରେସିଜୁଆଲ୍ ଇସ୍ଯୁର ତୁରନ୍ତ ସମାଧାନ, ପୁରୁଣା ପେନସନ କୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବିକୁ ପୁରଣ କରିବାକୁ ୟୁ.ଏଫ୍.ବି.ଆଇ […]