
ଆନନ୍ଦପୁର(ନିର୍ମଳ ରାଉଳ): ମୁନିସିପାଲିଟି ଅନ୍ତର୍ଗତ ଶାଳପଡ଼ା ଠାରେ ମାପ ଓଜନ ବିଭାଗ ର ନୂତନ କାର୍ଯ୍ୟାଳୟ କୁ ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ପୂଜାର୍ଚନା କରିବା ସହିତ ଫିତା କାଟି ଉଦଘାଟନ କରିଛନ୍ତି।
ଏହି ଅବସରରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପଞ୍ଜୀକରଣ କେନ୍ଦୁଝର ଜିଲ୍ଲା ରେ ୯୪ ହଜାରରୁ ଊର୍ଦ୍ଧ୍ବ ଚାଷୀ ନାମ ପଞୀକରଣ କରି ରେକର୍ଡ ସୃଷ୍ଟି କରିଛି ଏହା ଗତ ବର୍ଷ ଠାରୁ ୧୫ ହଜାର ଅଧିକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ସମସ୍ତ ଗରୀବ ଲୋକ ମାନେ କିପରି ଭାବରେ ଚାଉଳ ପାଇବେ ଓ ଆସନ୍ତା ଖରିଫ ଧାନ ସଂଗ୍ରହ ସ୍ୱଚ୍ଛତା ର ସହିତ ସମସ୍ତ ଚାଷ ସୁରୁଖୁରରେ ଧାନ ବିକ୍ରି କରି ପାରିବେ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶାଳପଡ଼ା ଜଳ ସେଚନ ଡାକବଙ୍ଗଳା ରେ ଆୟୋଜିତ ବୈଠକ ରେ ସଂପୃକ୍ତ ସରକାରୀ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ଵର ସାହୁ, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ ଓ ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ଶମ୍ଭୁନାଥ ରାଉତ,ବରିଷ୍ଠ ବିଜେପି ନେତା ଶ୍ରୀଧର ସାହୁ, ହେମନ୍ତ କୁମାର ମଲ୍ଲିକ, ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ଶାନ୍ତନୁ କୁମାର ସେଠୀ,ପ୍ରଣବ ପୁହାଣ, ସୁରୋଶ କୁମାର ସାହୁ, ଯଞ୍ଜ ପ୍ରସାଦ ସାହୁ, ଧବଲେଶ୍ବର ସାହୁ,ଅନନ୍ତ ବାରିକ, ପ୍ରଣୟିନୀ ବ୍ରହ୍ମା, ଦୀପ୍ତି ସାହୁ, ସତ୍ୟଭାମା ଖୁଣ୍ଟିଆ, ପ୍ରାଣବନ୍ଧୁ ସାହୁ, ଅନନ୍ତ ବାରିକ, ନାରାୟଣ ବାରିକ, କପିଳ ମଲ୍ଲିକ୍, ରାଜେନ୍ଦ୍ର କୁମାର ସାହୁ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।


