କଟକରେ ଅବକାରୀ ଚଢାଉ, ବିପୁଳ ଦେଶୀମଦ ସହ କାର୍ ଜବତ…

କଟକ(ସଂଜୟ ଶତପଥୀ): ଆଗାମୀ ପାର୍ବଣକୁ ଆଖି ଆଗରେ ରଖି ଚୋରା ନିଶା କାରବାର କୁ ରୋକିବା ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ କଟକ ଚାଉଳିଆଗଞ୍ଜ ଥାନା ଅଧୀନରେ ଥିବା ଓ.ଏମ୍.ପି ଛକ ନିକଟସ୍ଥ ରାସ୍ତା ଉପରେ ଓ.ଆର୍.-୦୫-ଏୟୁ-୮୧୮୦ ନମ୍ବର ବିଶିଷ୍ଟ ଏକ ମାରୁତି ସୁଜୁକି ଏଲ୍ ଏକ୍ସ କାର୍ ମଧ୍ୟରୁ ୩୫୦ ଲିଟର ଚୋରା ଦେଶୀମଦ ଜବତ କରିବା ସହ କାର୍ ଚଳାଉଥିବା ଚୋରା ମଦ ବେପାରୀ ଆଠଗଡ଼ ସବ୍- ଡିଭିଜନର ସଠିଲୋ ଗ୍ରାମର ୪୧ ବର୍ଷ ବୟସର ଶ୍ରୀ ଦୂର୍ଗା ଚରଣ ମହାନ୍ତି ଙ୍କୁ କାବୁ କରିବା ସହ ଏକ ଓପୋ ମୋବାଇଲ ଫୋନ୍ ଜବତ କରିଛନ୍ତି।

ଏହି ସଂକ୍ରାନ୍ତରେ ଓଡିଶା ଅବକାରୀ ଆଇନ-୨୦୦୮ ଅନୁଯାୟୀ ଧାରା ୫୨ (ଏ)(୧) ରେ ଅଭିଯୁକ୍ତ ମହାନ୍ତି ଙ୍କ ନାମରେ ଅବକାରୀ ଥାନା ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ନାମଞ୍ଜୁର ହେବାରୁ ଆସାମୀକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ନିରୀକ୍ଷକ ଶ୍ରୀ ପାଇକରାୟଙ୍କ ସହ ଅବକାରୀ ସହ-ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାପାତ୍ର, ସହକାରୀ ଉପ-ନିରୀକ୍ଷକ ଶ୍ରୀମତୀ ସୁନୀତା ଏଣ୍ଡ, ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ବାସନ୍ତୀ ସାଲିମା, ଅବକାରୀ କନେଷ୍ଟବଳ ଶ୍ରୀ ସୁନୀଲ କୁମାର ବଳ ଓ ଶ୍ରୀ ରଞ୍ଜନ କୁମାର ଭୋଇ ସାମିଲ ଥିଲେ।

ଆଗାମୀ ଦିନରେ ଏହି ପରି ଚଢାଉ ବ୍ୟାପକ କରାଯିବା ସହ ଚୋରା ନିଶା ବେପାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିୱାରୀ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ଭିଜିଲାନ୍ସ୍ ଜାଲରେ ଅବକାରୀ ଅଧିକ୍ଷକ....

Sat Sep 12 , 2026
ରାଉରକେଲା(ବାସ୍ତବକଥା): ଓଡିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ର ଅବକାରୀ ଅଧିକ୍ଷକ ଶ୍ରୀ ଧନେଶ୍ଵର ବରାଡ।ଅବକାରୀ ଅଧିକ୍ଷକ ଶ୍ରୀ ବରାଡ ମଦ ଦୋକାନ ଲାଇସେନ୍ସ ପାଇଥିବା ଦୋକାନୀମାନଙ୍କ ଠାରୁ ଧମକ ଚମକ ଦେଖାଇ ବେଆଇନ ଅର୍ଥ ଆଦାୟ କରୁଥିବାର ଖବର ଓଡ଼ିଶା ଭିଜିଲାନ୍ସ ପାଖରେ ପହଞ୍ଚୂଥିଲା ଏବଂ ଏହି ବିଷୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ଙ୍କୁ ଧରିବା ଲାଗି ଜାଲ ବିଛା ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ […]

You May Like

Pin It on Pinterest