
ରାଉରକେଲା(ବାସ୍ତବକଥା): ଓଡିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ର ଅବକାରୀ ଅଧିକ୍ଷକ ଶ୍ରୀ ଧନେଶ୍ଵର ବରାଡ।ଅବକାରୀ ଅଧିକ୍ଷକ ଶ୍ରୀ ବରାଡ ମଦ ଦୋକାନ ଲାଇସେନ୍ସ ପାଇଥିବା ଦୋକାନୀମାନଙ୍କ ଠାରୁ ଧମକ ଚମକ ଦେଖାଇ ବେଆଇନ ଅର୍ଥ ଆଦାୟ କରୁଥିବାର ଖବର ଓଡ଼ିଶା ଭିଜିଲାନ୍ସ ପାଖରେ ପହଞ୍ଚୂଥିଲା ଏବଂ ଏହି ବିଷୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ଙ୍କୁ ଧରିବା ଲାଗି ଜାଲ ବିଛା ଯାଇଥିଲା।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ଭିଜିଲାନ୍ସ ବିଭାଗ ର ଏକ ଦଳ ଅଧୂକ୍ଷକ ଶ୍ରୀ ବରାଡ ନିଜ ବାସଭବନରେ ରାଉରକେଲା ର ଗୋଟିଏ ମଦଦୋକାନ ର ସେଲ୍ସମ୍ଯାନ୍ ଠାରୁ ଟ.୫,୦୦,୦୦୦/(ପାଞ୍ଚଲକ୍ଷ ଟଙ୍କା ମାତ୍ର) ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ହଠାତ୍ ଚଢାଉ କରାଯାଇ ଶ୍ରୀ ବରାଡ ଙ୍କ ଠାରୁ ଲାଞ୍ଚ ଅର୍ଥ ନଗଦ ୫,୦୦,୦୦୦/-ଟଙ୍କା ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ପଚରାଉଚରା ବେଳେ ଅବକାରୀ ଅଧିକ୍ଷକ କୈ।ଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।
ଏହି ବିଷୟକୁ ନେଇ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ-୧୨ ତା:-୧୧/୦୯/୨୦୨୬ ରେ ଦୁର୍ନୀତି ନିବାରଣ ବିଭାଗ ଆଇନ-୨୦୧୮ ର ଧାରା ୧୩(୧)(ବି) ଅନୁଯାୟୀ ଋଜ୍ଜୁ କରାଯାଇ ଅବକାରୀ ଅଧିକ୍ଷକ ଶ୍ରୀ ବରାଡ ଙ୍କୁ ଭିଜିଲାନ୍ସ ବିଭାଗ ଅଧୂକ ପଚରାଉଚରା ଲାଗି ନିଜ ହେପାଜତକୁ ନେଇଛି। ଅଧିକ ତଥ୍ୟ ଲାଗି ଶ୍ରୀ ବରାଡ ଙ୍କ କାର୍ଯ୍ୟାଳୟ, ବାସଗୃହ ରେ ଚଢାଉ ଜାରୀ ରହିଛି।



