ପୂର୍ବତନ ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଖଣ୍ଡନ…

ଆନନ୍ଦପୁର(ନିର୍ମଳ ରାଉଳ):୧୫/୯- କେନ୍ଦୁଝର ଆନନ୍ଦପୁର ପୌରପରିଷଦ 14 ନମ୍ବର ୱାର୍ଡ ଘସିପୁରାସ୍ଥିତ ପି ଏମ ଶ୍ରୀ ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ନାମରେ ନିର୍ଦ୍ଧିଷ୍ଟ ଗଣମାଧ୍ୟ୍ୟମରେ ମିଥ୍ୟା ଅଭିଯୋଗ ପ୍ରସାରଣ ହୋଇଥିଲା।

ଯେଉଁ ଅଭିଯୋଗକୁ ଆଧାର କରି କେଉଁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଝାଡ଼େଶ୍ୱର ସରକାରୀ ବିଦ୍ୟାଳୟ କୁ ୮/୦୭/୨୦୨୬ ତାରିଖ ରେ ଘସିପୁରା ବି ଇ ଓ ହରିଚନ୍ଦନପୁର ବି ଇ ଓ ଏକ ଟିମ ଯାଇ ତଦନ୍ତ ଚଳାଇ କରିଥିଲେ।ଯେଉଁ ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆ ଯାଇଥିଲା।ସମସ୍ତ ପ୍ରକାର ଅଭିଯୋଗ କୁ ଜିଲ୍ଲା ଶିକ୍ଷା ବିବାଗ ଯାଞ୍ଚ କରିଥିବା ବେଳେ ସମସ୍ତ କାଗଜ ପତ୍ର ସଠିକ ରହିଥିବାର ପରିଲକ୍ଷିତ କରିଥିଲେ ।

ଝାଡ଼େଶ୍ୱର ସରକାରୀ ବିଦ୍ୟାଳୟ ପୂର୍ବତନ ଶିକ୍ଷକ ଦୀର୍ଘ ଦିନ ଧରି ବିଦ୍ୟାଳୟ ରେ ରହିବା ପରେ କିଛି (ଅସାଧୁ) ଗଣମାଧ୍ୟ୍ୟମ କୁ ଧରି ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା ଚଳାଇ ଥିଲେ |ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଦାୟିତ୍ୱ ନେବା ପରେ ରେ ମନ୍ଦିର ମୂର୍ତ୍ତି ସ୍ଥାପନ ଜିଲ୍ଲାର ସ୍ୱଚ୍ଛତା ଉପରେ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲା।ଏନ ସି ସି ରେ ଉପଖଣ୍ଡ ସ୍ତରୀୟ ରେ ପ୍ରଥମ ସ୍ଥାନ ଗ୍ରହଣ ସହ, ଛାତ୍ର ଛାତ୍ରୀ କିଭଳି ରେଜଲ୍ଟ ଭଲ ପ୍ରଦର୍ଶନ କରିବେ ଆପ୍ରାଣ ଉଦ୍ୟମ ରଖିଥିଲେ।

ପୂର୍ବତନ ପ୍ରଧାନ ଶିକ୍ଷକ ଦାୟିତ୍ୱ ଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ପାଖରୁ ଦୁଇଥର ଆୱାର୍ଡ ଆଣିଥିଲେ।ଯେଉଁ ଅଭିଯୋଗ କାରୀ ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଦାୟିତ୍ୱ ନେଇଥିବା ଅବସ୍ଥାରେ କିଭଳି ଅଭିଯୋଗ କରା ଗଲା ନାହିଁ,ଅଧିକାଂଶ ଅଭିଭାବକ ପ୍ରଶ୍ନ କରିଛନ୍ତି।ଏଭଳି ଅଭିଯୋଗ କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ ଖଣ୍ଡନ କରିଥିବା ବେଳେ ଏଭଳି ମିଥ୍ୟା ଅଭିଯୋଗ କରି ବିଦ୍ୟାଳୟ କୁ ବଦନାମ କରିବା ପାଇଁ ପ୍ରୟାସ ହେଉଛି ବୋଲି କହିଛନ୍ତି। ଏ ନେଇ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖା ଦେଇଛି।

ସେୟାର କରନ୍ତୁ

Next Post

ଫକୀର ସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଜାନନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା...

Mon Sep 14 , 2026
କାକଟପୁର(ମାନସ ସାମଲ)୧୪/୦୯:କାକଟପୁର ବ୍ଲକ ଅନ୍ତର୍ଗତ ଫକୀର ସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଜାନନ ମହାପ୍ରଭୁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମ ଡଃ କମଳେଶ ଛାଟୋଇଙ୍କ ପ୍ରଚେଷ୍ଟାରେ ସମ୍ପନ୍ନ ହୋଇଥିବାବେଳେ ଡଃ ଇପ୍ସିତା ଜେନା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଅଜୟ […]

You May Like

Pin It on Pinterest