କୁଆଁରମୁଣ୍ଡା ଫାଣ୍ଡିର ବଡ ସଫଳତା,ଧରା ପଡିଲେ ମୋବାଇଲ୍ ଚୋର…

କୁଆଁରମୁଣ୍ଡା(ଅମୁଲ୍ଯ କୁମାର ଜେନା): କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ଗ୍ରାମରେ ବିଜୟ ସାହୁ ଘରେ ରହି ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିବା ମହିନାଦୀ ଖାଁ ,ବୟସ -୨୯ ପିତା ଅବଦୁଲ ଖାଁ ଘର କଲିକତା ଲିଖିତ ଆକାରରେ ,କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କୁ ଜଣାଇଛନ୍ତିକି ଗତ ୨୦ ତାରିଖ ରାତି ସୋଇଥିବା ଅବସ୍ଥାରେ ତାଙ୍କର ରୁମ୍ ରୁ ତାଙ୍କର ୪ ଜଣ ମିସ୍ତ୍ରୀ ସହିତ ଜଣେ ହେଲ୍ପର ର ମୋଟ ୫ ଜଣ ଙ୍କ ମୋବାଇଲ ଚୋରି ହୋଇଯାଇଛି। ସେ ସକାଳୁ ୨୧ ତାରିଖ ଦେଖିଥିଲେ ଓ ଫାଣ୍ଡିରେ ଜଣାଇଥିଲେ ।

ଏହି ଚୋରି କେସ ଉପରେ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ତାଙ୍କର ଏଏସଆଇ ଶ୍ରୀ ଶ୍ରୀକାନ୍ତ ସିଥା ଙ୍କୁ ଏହାର ତଦନ୍ତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଶ୍ରୀ ସିଥା ତାଙ୍କ ଟିମ୍ ଧରି ତଦନ୍ତ କରି ୩ ଜଣଙ୍କୁ ଗିରଫ କରି ଫାଣ୍ଡିକୁ ଆଣିଥିଲେ ।ଏହି ଚୋରି ମାମଲାରେ ବୀରମିତ୍ରପୁର ଥାନା ରେ ଏକ ଏଫ୍ଆଇଆର କେସ ନମ୍ବର- ୩୩୧(୪)/୩୦୫ରୁଜ କରି ୩ ଜଣଙ୍କୁ ୧- ଏମଡି ସହିଯୁର, ୨-ସୁରଜ୍ ସେଠୀ , ୩-ଦୀପକ ସୋନି ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଛି ବୋଲି ଓଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Next Post

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬...

Sat Oct 24 , 2026
ସୋନପୁର(ଯୁଧିଷ୍ଠିର ସାହୁ):ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ କ୍ରୀଡ଼ା ଉତ୍ସବ ‘ଉତ୍ସାହ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂ ଶିଶୁ ମାନଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ […]

You May Like

Pin It on Pinterest