ସୋନପୁର ର ଜଣାଶୁଣା ବ୍ୟବସାୟୀ ତଥା କ୍ରୀଡ଼ାବିତ ବୁଢ଼ା ପାଣିଗ୍ରାହୀ ଙ୍କ ପରଲୋକ…

ସୋନପୁର(ଯୁଧିଷ୍ଠିର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବସ୍ ସଂଘ ପ୍ରାକ୍ତନ ସଭାପତି,ବୌଦ୍ଧ ସୋନପୁର ଓ ବଲାଙ୍ଗୀର ଜୋନ୍ ର ବର୍ତ୍ତମାନ ର ସଂମ୍ପାଦକ, ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟା , ଜିଲ୍ଲା ଭଲିବଲ ଖେଳ ର ଉଦ୍ୟୋକ୍ତା, ତଥା ମୋନାଲିସା ବସ୍ ଓନୋର ଶ୍ରୀ ପୁରୁଷୋତ୍ତମ ପାଣିଗ୍ରାହୀ (ବୁଢ଼ା ଦାଦା) ଙ୍କ ୭୦ ବର୍ଷ ବୟସ ରେ ପରଲୋକ ଘଟିଛି l

ଗତ ୨୦ ତାରିଖ ରୁ ସମ୍ବଲପୁର ବିକାଶ ମେଡିକାଲ୍ ରେ ଗୁରୁତର ଅବସ୍ଥାରେ ସେ ଚିକିତ୍ସା ହେଉଥିଲେ ।ସେ”ବୁଢ଼ା ଦାଦା” ନାଁ ରେ ପରିଚିତ ଥିଲେ।ହେଲେ ଜୀଵନ ର ଶେଷଯାଏ ସେ କ୍ରୀଡା, ବ୍ୟବସାୟ, ଓ ସାମଜିକ ସମ୍ପର୍କ ରେ ଯୁବ ପିଢୀ ଙ୍କ ସହ ସମୟ ବିତାଉଥିଲେ। କ୍ରୀଡା ସହ ଜଡ଼ିତ ରହି ସେ ଫିଟ୍ ଥିଲେ ଓ ସବୁବେଳେ ସ୍ପୋର୍ଟି ଡ୍ରେସ୍ ପିନ୍ଧି ଯୁବ ପିଢୀ ଙ୍କୁ ଫିଟ୍ ରହିବାକୁ ପ୍ରେରଣା ଯୋଗାଉଥିଲେ ।

ସୋନପୁର ର ଭଲିବଲ୍ ଖେଳ କୁ ବଞ୍ଚାଇ ରଖି ସହର ର ପ୍ରତ୍ୟେକ ଖେଳକୁଦ ରେ ନିଜେ ଖେଳିବା ସହ ଲୋକ ଙ୍କ ସହିତ ସବୁବେଳେ ଚଳ ଚଞ୍ଚଳ ଥିଲେ l, ଜିଲ୍ଲା ବସ ସଂଘ ର ସେ ଦୀର୍ଘ ବର୍ଷ ନେତୃତ୍ୱ ନେଇଥିଲେ, ଜିଲ୍ଲା କ୍ରୀଡା ସଂଘ ର ପରାମର୍ଶ ଦାତା ଥିଲେ, ଖେଳ ପଡ଼ିଆ ରେ ବସଷ୍ଟାଣ୍ଡ୍ ରେ ଜୀଵନ ସାରା ସମୟ ବିତାଇ ଥିଲେ l ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି ଓ ଶ୍ରୀମଦ୍ ଭାଗବତ ପାଠାଗାର ତେନ୍ତୁଳି ଘାଟ କମିଟି ରେ ସକ୍ରିୟ ସଦସ୍ୟ ଭାବେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା ।

ଆଜି ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ଶ୍ରୀ ପାଣିଗ୍ରାହୀ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲା ର ବସ୍ ସଂଘ କର୍ମକର୍ତା, ଜିଲ୍ଲା କ୍ରୀଡା ସଂଘ, ଭଲିବଲ୍ ସଂଘ, ଫୁଟବଲ୍ ଓ କ୍ରିକେଟ୍ ସଂଘ, ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି, କୈବର୍ତ୍ତ ସଂଘ , ଶ୍ରୀମଦ୍ ଭଗବତ ପାଠାଗାର ତେନ୍ତୁଳି ଘାଟ, ଶ୍ରମିକ ସଂଗଠନ ସମେତ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଶ୍ରୀ ପାଣିଗ୍ରାହୀ ଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସାନ ଭାଈ ସନତ ପାଣିଗ୍ରାହୀ ବୁଢ଼ା ଦାଦା ଙ୍କ ସଂସ୍କାର କାର୍ଯ୍ଯ ରେ ମୁଖାଗ୍ନି ଦେଇଥିଲେ।

ସେୟାର କରନ୍ତୁ

You May Like

Pin It on Pinterest