ବ୍ଲକ ସ୍ତରୀୟ ସୁରଭି ମଞ୍ଚରେ ଭାବ ବିଭୋଲିତ ମୁହୂର୍ତ୍ତ…

କୁଆଁରମୁଣ୍ଡା(ଅମୁଲ୍ଯ କୁମାର ଜେନା): କୁଆଁରମୁଣ୍ଡା ବ୍ଲକ ଶିକ୍ଷ୍ୟା କାର୍ଯ୍ୟାଳୟ ପକ୍ଷରୁ ବିଇଓ ସୁଶ୍ରୀ ଗାୟତ୍ରୀ ସେଠୀ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ପଦ୍ମପୁର ସରକାରୀ ହାଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଘୁନାଥ ପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି କହିଥିଲେ ସୁରଭି କେବଳ ପିଲାଙ୍କ ପ୍ରତିଭାର ମଞ୍ଚ ନଥିଲା, ଏହା କୃତଜ୍ଞତାର ମଞ୍ଚ ମଧ୍ୟ ଥିଲା। ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ସୁରେଶ ଅଗ୍ରୱାଲ , ମେଘା ଅଗ୍ରୱାଲ ,ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା ଓ ଉଜ୍ୟପାନି ସମାରୋହରେ ମୁଖ୍ୟ ଅତିଥି ବିଧାୟକ ରୋହିତ ଜୋସେଫ ତିର୍କି, ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଡକ୍ଟର ଜଗଦୀଶ ଚନ୍ଦ୍ର ମହାନନ୍ଦ, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ସୁପ୍ରଭାତ କୁମାର ବେହେରା,,ପ୍ରଧାନ ଶିକ୍ଷୟତ୍ରୀ ରିତା ଲାକ୍ରା ,ନିଳୀମା ଭେଙ୍ଗ୍ରା ଓ ସୀମା ସୁଜାତା ତିର୍କି, ଏବିଇଓ ତପଶ୍ୱନି ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ।

ସୀତାନ୍ସୁ ସିଂହ ଓ ଅନିଶା ଅଭିଲିପସା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଅତିଥି ମାନଙ୍କ କୃତି ପାମନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ବ୍ଲକ ସ୍ତରୀୟ ସୁରଭି ରେ କୁଆଁରମୁଣ୍ଡା ବ୍ଲକର ସମସ୍ତ ସିଆରସିସି ମାନଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନ କରାଯାଇଥିଲା ।ଯେଉଁମାନେ ଦିନ ରାତି ପରିଶ୍ରମ କରି ସୁରଭିକୁ ସଫଳ କଲେ, ଆଜି ସେମାନଙ୍କୁ ସମ୍ମାନିତ କରାଗଲା। ସେମାନେ ହେଲେ ଯୋଗେଶ୍ୱର ରୟ, ରାଜେଶ ଦାସ, ରଞ୍ଜିତ ଭଇସାଲ, ଡମ୍ବୁରଧର ନାୟକ, ରାଜଲକ୍ଷ୍ମୀ ଦାସ, ପୁନିତା ପାତ୍ର, ଯୁଆଳିତି ଗୁରିୟା ,ମନୋରଞ୍ଜନ ନାୟକ ,ବିକାଶ ସା ,ବିରବଲ୍ ଏକ୍କା ,କିଶୋର ଚନ୍ଦ୍ର ମୁଦୁଲି ,ପ୍ରଦ୍ୟୁମ୍ନ ସାହୁ ,ପ୍ରଦୀପ ପାତ୍ର ,ହୃଷୀକେଶ ତନ୍ତୀ ପ୍ରମୁଖ ସିଆରସିସି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସମ୍ମାନ ପଦକ ଦେଇ ବିଇଓ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ବିଇଓ ସୁଶ୍ରୀ ସେଠୀ କହିଥିଲେ ସିଆରସିସି ମାନେ ହେଉଛନ୍ତି ଶିକ୍ଷା ବିଭାଗର ମେରୁଦଣ୍ଡ , ଆପଣମାନଙ୍କ ବିନା ସୁରଭି ସମ୍ଭବ ନଥିଲା। ଆପଣମାନେ ଗାଁ ଗାଁ ବୁଲି ଯେଉଁ ପ୍ରତିଭା ଖୋଜି ଆଣିଲେ, ସେଥିପାଇଁ ପୁରା ବ୍ଲକ ଆପଣଙ୍କ ପାଖରେ ଋଣୀ ।ସେହି ସମୟରେ ମଞ୍ଚରେ କରତାଳିର ଗଡ଼ଗଡ଼ ଧ୍ୱନି ସହ ସମସ୍ତଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା। ଏହା କେବଳ ବିଦାୟ ନଥିଲା, ଏହା ଥିଲା ଜଣେ ଗୁରୁଙ୍କ ତ୍ୟାଗକୁ ସଲାମ। ଶେଷରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା ।

ସେୟାର କରନ୍ତୁ

Next Post

ଜଙ୍ଗଲ ବିଭାଗକୁ ବଡ଼ ସଫଳତା....

Sun Nov 1 , 2026
ଆନନ୍ଦପୁର(ନିର୍ମଳ ରାଉଳ): କେନ୍ଦୁଝର ବନ୍ୟ ପ୍ରାଣୀ ବନଖଣ୍ଡ, ଆନନ୍ଦପୁର ର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବନ୍ୟ ପ୍ରାଣୀ ବନାଞ୍ଚଳ ର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସହକାରୀ ବନ ସଂରକ୍ଷକ ଶ୍ରୀ ଉମାକାନ୍ତ ଦାସ ଙ୍କ ନେତୃତ୍ୱରେ ଭଗାମୁଣ୍ଡା ସେକ୍ସନ ର ଆଖୁପାଳ ଗ୍ରାମ ନିକଟରେ ୦୧/୧୧/୨୬ ରାତି ୧ ଘଟିକା ରେ ଚଢ଼ାଉ କରି ୧୦ ଗୋଟି ଶାଳ କାଠ […]

You May Like

Pin It on Pinterest