କୁଆଁରମୁଣ୍ଡା ବ୍ଲକ ଠାରେ ଇତିହାସ ରଚିଲା ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ…

କୁଆଁରମୁଣ୍ଡା (ଡକ୍ଟର ଅମୂଲ୍ୟ କୁମାର ଜେନା): ୨-୧୧-କୁଆଁରମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ର ବିଡ଼ିଓ ଡକ୍ଟର ଜଗଦୀଶ ଚନ୍ଦ୍ର ମହାନନ୍ଦ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଆଜି ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ଶୁଭାଙ୍କର ମହାପାତ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୁଆର, ରାଉରକେଲା ର ବନଖଣ୍ଡ ଅଧିକାରୀ ଶ୍ରୀ ରବି କାନ୍ତ ମୀନା ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁରଞ୍ଜନ୍ ସାହୁ ,ଉପ ଜିଲ୍ଲାପାଳ ପାନପୋଷ ଶ୍ରୀ ପ୍ରଭାତ କୁମାର ପରିଡ଼ା ,ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା ପ୍ରମୁଖ ମଞ୍ଚ ସିନ ରହିଥିଲା ବେଳେ ଜିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ହେଲେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପ୍ରତିନିଧି ଭାବେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡକ୍ଟର ସିଦ୍ଧେଶ୍ୱର ମାଝି , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମୁରଲୀ ଧର ବେହେରା ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁନ୍ଦରଗଡ ଶ୍ରୀ ଦିଲୀପ କୁମାର ମିଶ୍ର , ଆସିଷ୍ଟାଣ୍ଟ କଲେକ୍ଟର କମାଳଖି ମାରାଣ୍ଡି ଓ ଅଲିଶା ଲାକ୍ରା ପ୍ରମୁଖ ସହିତ କୁଆଁରମୁଣ୍ଡା ବ୍ଲକ ର ତହସିଲଦାର ଶ୍ରୀ ସୌରାଗ ଆସେ ,ବନାଞ୍ଚଳ ଅଧିକାରୀ ଶ୍ରୀ ସତ୍ୟବ୍ରତ ମହାପାତ୍ର ,ଅତିରିକ୍ତ ତହସିଲଦାର ବିଶ୍ୱଜିତ୍ ପ୍ରଧାନ , ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ସୁଶ୍ରୀ ଗାୟତ୍ରୀ ସେଠୀ, ସିଡ଼ିପିଓ ତପଶ୍ୱନି ବେସନ ,ବ୍ଲକ ର ବିଏଫ୍ଓ ଶ୍ରୀ ଅନୂରଞ୍ଜନ ଟେଟେ, ଏପିଓ ଶ୍ରବଣ ସାହୁ ,ମଙ୍ଗଳ ଅଧିକାରୀ ରଞ୍ଜନ ରାମ, ଜିପିଡିଓ ଶ୍ରୀ ଦେଓନିଶ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।ଆଉ ମଧ୍ୟ ବ୍ଲକ ର ସମସ୍ତ ଲାଇନ ବିଭାଗ ପକ୍ଷରୁ ଉଚ୍ଚ ପଦସ୍ତ୍ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ ରେ ଭାଗ ନେଇଥିଲେ ।

ଆଜି ସମସ୍ତ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି କାରଣ ପ୍ରଶାସନ ଆସିଲା ଲୋକଙ୍କ ଦୁଆର ମୁହଁକୁ ଅଭିଯୋଗ ଶୁଣାଣୀ ପାଇଁ। ଆଜି ଗୋଟେ ଜିନିଷ ଦେଖିବାକୁ ମିଳିଥିଲା ଏହି ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କମ ଆସିଛି କିନ୍ତୁ ଅଧିକାରୀ ଙ୍କ ସଂଖ୍ୟା ଅଧିକ । ଏଥିରୁ ଜଣାଯାଇଛି କୁଆଁରମୁଣ୍ଡା ବ୍ଲକ ରେ ଅଭିଯୋଗ ନାହିଁ ନା ଜନସାଧାରଣ ଅଭିଯୋଗ କରିବା ପାଇଁ ଆସୁନାହାଁନ୍ତି । କିନ୍ତୁ ବିଗତ ଦିନରେ ଅଭିଯୋଗ କଣ ସମାଧାନ ହେଉନି ବୋଲି ଶୁଣିବାକୁ ମିଳୁଛି ସେଥିପାଇଁ ବୋଧେ ଅଭିଯୋଗ କରିବାକୁ ଆସୁନାହାନ୍ତି । ଏହା କେତେଦୂର ଜତାର୍ଥ ତାହା ଆଗାମୀ ଦିନରେ ଜଣାପଡ଼ିବ ।
ଆଜି ବ୍ଲକ ସମ୍ମିଳନୀ କକ୍ଷ କେବଳ ଏକ ହଲ ନଥିଲା, ଏହା ଥିଲା ଜନତାଙ୍କ ଦରବାର।ସମସ୍ତେ ଗୋଟିଏ ଜାଗାରେ ବସିଥିଲେ । ଯେଉଁଠି ଜିଲ୍ଲାପାଳ ଶୁଣୁଥିଲେ ଜନତାର ମନର କଥା ଏହା ଥିଲା ଅତି ଆକର୍ଷଣୀୟ ଦୃଶ୍ୟ ।ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭାଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଆମ୍ରିତ ପାଲ କୁଆର ମିଳିତ ଉପସ୍ଥିତିରେ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଦୃଶ୍ୟ ଥିଲା ହୃଦୟଛୁଆଁ କାରଣ ନିଜେ ଜିଲ୍ଲାପାଳ ସମସ୍ତ ଅଭିଯୋଗ କୁ ଶୁଣି ତାର ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ପାଇଁ କହୁଥିଲେ ।ଜିଲ୍ଲାପାଳ ଙ୍କ ଏହି ଭଳି ବ୍ୟବହାର ଦେଖି ଜନତା ଙ୍କ ମନରେ ବିଶ୍ୱାସ ଆସିଥିଲା ।
ଆଜିର ଶିବିରରେ ମୋଟ ୩୫ଟି ଅଭିଯୋଗ ଶୁଣାଣୀ ହୋଇଥିଲା ଯାହା ଭତ୍ତା,ରାସନ କାର୍ଡ ,ରାସ୍ତା ଘାଟ ,ପାନୀୟ ଜଳ, ଜମିବାଡ଼ି ଇତ୍ୟାଦି । ସେଥି ମଧ୍ୟରୁ ୪ଟି ତୁରନ୍ତ ସମାଧାନ କରାଯାଇଥିଲା ।ସେଥିମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଲୋକଙ୍କ ଆଖିରେ ଖୁସିର ଲୁହ।
ଜିଲ୍ଲାପାଳ କହିଲେ –
ଏଠି କେହି ସାଧାରଣ ନୁହଁନ୍ତି, ଆପଣମାନେ ହିଁ ମାଲିକ। ଆମେ ଆପଣଙ୍କ ସେବକ।
ଆଜି କୁଆଁରମୁଣ୍ଡା ଦେଖିଲା – କାଗଜ କଲମର ପ୍ରଶାସନ ନୁହେଁ ହୃଦୟର ପ୍ରଶାସନ।
ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବିଡ଼ିଓ ଡକ୍ଟର ମହାନନ୍ଦ ସମାସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେୟାର କରନ୍ତୁ

You May Like

Pin It on Pinterest