ବୀରମିତ୍ରପୁର ସିଏଚେସି ଠାରେ ଆରକେଏସ ବୈଠକ

କୁଆଁରମୁଣ୍ଡା(ଡକ୍ଟର ଅମୁଲ୍ୟ କୁମାର ଜେନା):୧୩-୧୧-୨୬ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି (RKS ) ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷଣ ଡକ୍ଟର ଶ୍ରୀମାତ ପଟ୍ଟନାୟକ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ମେଡିକାଲ ର ପ୍ରମୁଖ ସହଯୋଗ କରିଥିଲେ। ଆଜିର ଏହି ବାଇଥକ୍ରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କି ଯୋଗ ଦେଇ ରୋଗୀ କଲ୍ୟାଣ ସମିତ ବୈଠକରେ ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ସରକାର ଡାକ୍ତରଖାନା ର ଇନଚାର୍ଜ, ବୀରମିତ୍ରପୁର ମୁନିସିପାଲିଟି ର କାର୍ଯ୍ୟ ନିର୍ବାହୀ ଅଧିକାରି ୟାଶିର ବିଲାଲ, ବୀରମିତ୍ରପୁର ମୁନିସିପାଲିଟି ର ଉପାଧ୍ୟାକ୍ଷା ନିବେଦିତା ବାଗେ, ବିଧାୟକ ଙ୍କ ପ୍ରାର୍ଥନିଧି ତଥା ପୂର୍ବତନ ନାଗରପାଳ ଶଶି ସାଗର, ବିଧାୟକ ଙ୍କ ଆଇନ ପରାମର୍ଶଦାତା ତଥା ରୋଗୀ କଲ୍ୟାଣ ସମିତି ସଦସ୍ୟ ଏମଡି ଏଜାଜ ଆଲମ, ଜଗଦୀଶ ଅଗ୍ରୱାଲ, ମାନସ ନନ୍ଦ, ମାଧୁରୀ ଏକ୍କା, କୁନା ଦେଓ ଏବଂ ଅନ୍ୟା ଅଧିକାରି ମାନେ ଉପସ୍ଥିତ ଥିଲେ।

ବିଧାୟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସେବା ,ସ୍ୱଚ୍ଛତା ଓ କର୍ମଚାରୀଙ୍କ ଦାୟିତ୍ଵ ଉପରେ ଆଲୋକପାତ କରାଇଥିଲେ ।ରୋଗୀଙ୍କ ସେବା କୁ ଗୁରୁତ୍ୱ ସହିତ ତାଙ୍କ ପ୍ରତି ବ୍ୟବହାର ଠିକ୍ ରଖିବା ପାଇଁ କହିଥିଲେ ତତ୍ ସହିତ ରୋଗୀଙ୍କୁ ଘୃଣା ନକରି ତାର ସେବା କରିବା ପାଇ ପ୍ରୟତ୍ତ ଚେଷ୍ଟା ଜାରି ରଖିବା ପାଇଁ କହିଥିଲେ । ସମସ୍ତ ସଦସ୍ୟ ମାନଙ୍କ ମତାମତ ସହିତ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।ଶେଷରେ ସମିତି ର ସଦସ୍ୟ ଆଯାଜ୍ ଆଲମ୍ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ଭଙ୍ଗ କରିଥିଲେ ।

ସେୟାର କରନ୍ତୁ

You May Like

Pin It on Pinterest