ସାବଧାନ!ଭୁବନେଶ୍ବରରେ ନକଲି ବିସ୍କୁଟ ପର୍ଦ୍ଦାଫାସ….

ଭୁବନେଶ୍ବର(ବାସ୍ତବ କଥା): ବାଲିପାଟଣା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ମିଆଦ ପୂର୍ଣ୍ଣ ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରରେ ବିକ୍ରି କରିବା ଚକ୍ରାନ୍ତ ର ପର୍ଦ୍ଦାଫାସ ହୋଇଛି।

ସ୍ଥାନୀୟ ଲୋକଙ୍କ ସତର୍କତା ଏବଂ ଗଣମାଧ୍ୟମର ସୂଚନା ଆଧାରରେ ବାଲିପାଟଣା ପୁଲିସ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ମିଆଦ ସରିଯାଇଥିବା ବିସ୍କୁଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ,ସରଦେଇପୁର-ନିମାପଡା ରାସ୍ତାର ବାଲିପାଟଣା ଛକ ନିକଟରେ ରହୁଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରକୁ ଏକ ଆଇଚର ଟ୍ରକରେ ବିଭିନ୍ନ କମ୍ପାନୀର ବିସ୍କୁଟ ଆସି ପହଞ୍ଚିଥିଲା। ବିସ୍କୁଟ ଖାଲି ହେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା।

ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ବଢ଼ିବା ପରେ ଟ୍ରକଟିକୁ ସେଠାରୁ ଏକ ନିଛାଟିଆ ସ୍ଥାନକୁ ନେବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ ଲୋକମାନେ ପିଛା କରି ମଧୁବନ ଇଟା ଭାଟି ରାସ୍ତାରେ ଟ୍ରକଟିକୁ ଅଟକାଇଥିଲେ ଏବଂ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୧–୨୨ ମସିହାରୁ ମିଆଦ ସରିଯାଇଥିବା ବିସ୍କୁଟକୁ ନୂଆ ପ୍ୟାକେଟ୍ ରେ ପ୍ୟାକିଂ କରି ସ୍ଥାନୀୟ ବଜାରରେ ବିକ୍ରି କରାଯାଉଥିଲା। ପୁଲିସ ପହଞ୍ଚୂଥିବା ଖବର ପାଇ ଟ୍ରକଟିକୁ ଲୁଚାଇବା ପାଇଁ ଗାରେଡିପାଞ୍ଚଣ ନିକଟସ୍ଥ ଇଟା ଭାଟି ଅଞ୍ଚଳର ଜଙ୍ଗଲ ଭିତରେ ରଖି ଦିଆଯାଇଥିବା ଅଭିଯୋଗ ହୋଇଛି।ଘଟଣାସ୍ଥଳରୁ ବିଭିନ୍ନ ନାମୀ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ବିସ୍କୁଟ ଜବତ କରାଯାଇଛି। ଏହାସହ ଉକ୍ତ ଟ୍ରକ ଓ ଏକ ମୋଟରସାଇକେଲକୁ ମଧ୍ୟ ପୁଲିସ ଜବତ କରିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ଟ୍ରକ ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ, ସମଗ୍ର ଘଟଣାର ତଦନ୍ତ ଜାରି ରହିଛି।ତେବେ ଜବତ ବିସ୍କୁଟ ପ୍ରକୃତରେ ନକଲି କିମ୍ବା ମିଆଦ ପୂର୍ଣ୍ଣ ହୋଇଥିଲା କି ନାହିଁ, ସେଥିପାଇଁ ସମ୍ପର୍କିତ ବିଭାଗର ଯାଞ୍ଚ ଓ ପୁଲିସ ତଦନ୍ତ ପରେ ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି ବାଲିପାଟଣା ଥାନା ପକ୍ଷରୁ କୁହାଯାଇଛି।

ସେୟାର କରନ୍ତୁ

Next Post

ନବୀନଙ୍କୁ ଆଉଏକ ଝଟକା ପ୍ରଭାତ୍ ବିଶ୍ବାଳ ଧରିଲେ ପଦ୍ମ....

Sun Jul 12 , 2026
ଗଡିପଡିଲା ବିଜେଡି ର ଆଉ ଏକ ଉଇକେଟ ,ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ବିଶ୍ୱାଳ। କଟକ(ସଂଜୟ ଶତପଥୀ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ […]

You May Like

Pin It on Pinterest