ନବୀନଙ୍କୁ ଆଉଏକ ଝଟକା ପ୍ରଭାତ୍ ବିଶ୍ବାଳ ଧରିଲେ ପଦ୍ମ….

ଗଡିପଡିଲା ବିଜେଡି ର ଆଉ ଏକ ଉଇକେଟ ,ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ବିଶ୍ୱାଳ।

କଟକ(ସଂଜୟ ଶତପଥୀ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।

ଏତିକି ନୁହେଁ ତାଙ୍କ ସହ ୬ ଜଣ କାଉନସିଲରଙ୍କ ସମେତ ଯୋଡା ପୈ।ର କାର୍ଯ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ସାହୁ ବିଜେଡି ଛାଡି ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତ ନୂତନ ସଦସ୍ୟଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।
ଆଜିର ମିଶ୍ରଣ ପର୍ବରେ କଟକ ମହାନଗର ନିଗମର କର୍ପୋରେଟର ଶ୍ରୀମତୀ ପଦ୍ମିନୀ ସାହୁ, ଶ୍ରୀମତୀ ମିନା ସାହୁ, ଚୌଦ୍ୱାର ପୌରପାଳିକା କାଉନ୍‌ସିଲର ଶ୍ରୀମତୀ ସୁଜାତା ସାହୁ, ଟାଙ୍ଗୀ ଚୌଦ୍ୱାର ପଂଚାୟତ ସମତି ଉପାଧକ୍ଷା ଶ୍ରୀମତୀ ସୁପ୍ରିୟା ଜେଠୀ, ସରପଞ୍ଚ ଶ୍ରୀମତୀ ଶୈଳବାଳା ନାୟକ, ଶ୍ରୀ ଦିଲୀପ କୁମାର ଭୋଇ, ଶ୍ରୀମତୀ ନମିତା ମଲ୍ଲିକ, ସମିତିସଭ୍ୟା ଶ୍ରୀମତୀ ବନ୍ଦନା ସ୍ୱାଇଁ, ଶ୍ରୀମତୀ ରୀତା ରାଉତ, କଟକ ପୂର୍ବତନ କର୍ପୋରେଟର ଶ୍ରୀ ଧର୍ମାନନ୍ଦ ପାତ୍ର, କଟକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଏମ୍. ଡି. ଫରିଦ, ଶ୍ରୀ ମହେନ୍ଦ୍ର ନାୟକ, ଶ୍ରୀ ମାଗୁଣୀ ଚରଣ ମହାନ୍ତି, ଶ୍ରୀ ରମାକାନ୍ତ ଲେଙ୍କା, ଇଂ. ଆଶିଷ କୁମାର ସ୍ୱାଇଁ, ଶ୍ରୀ ଶୁଭେନ୍ଦୁ ସେନଗୁପ୍ତା, ଶ୍ରୀ ଫିରୋଜ ମହାପାତ୍ର, ଶ୍ରୀ ହିମାଂଶୁ ଶେଖର ଷଡ଼ଙ୍ଗୀ, ଶ୍ରୀମତୀ ଦୀପାଳିବାଳା ଭୁୟାଁ, ବିଜେଡି ଉପସଭାପତି ଶ୍ରୀ ସଂଜିବ ଦାସଙ୍କ ସମେତ ବିଭିନ୍ନ ୱାର୍ଡର ପ୍ରମୁଖ ବିଜେଡି ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଆନୁଷ୍ଟାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ସେୟାର କରନ୍ତୁ

Next Post

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ....

Mon Jul 13 , 2026
ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ)୧୨ ଜୁଲାଇ:କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧ୍ ସଂଗଠନ(ଇପିଏଫଓ) ସୂଚନା ଦେଇଛି । ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି ଯୋଜନାରେ ଛଅ ମାସର ସମୟସୀମା ଦିଆଯାଇଛି । ଗତ ଜୁନ୍ ୨୯ ତାରିଖରେ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର […]

You May Like

Pin It on Pinterest