ସ୍ଵୟଂପ୍ରଭା ରଥଙ୍କ ଇଂରାଜୀ କବିତା ସଂକଳନ ‘ଆସେସ ଟୁ ଆନ୍ଥେମ’ ଲୋକାର୍ପିତ…

ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ଯ)୨୨/୧୧: ନାଲକୋ କର୍ପୋରେଟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଶୁତୋଷ ରଥଙ୍କ ଆବାହକତ୍ଵରେ କବୟିତ୍ରୀ ସ୍ଵୟଂପ୍ରଭା ରଥଙ୍କ ଇଂରାଜୀ କବିତା ସଂକଳନ ‘ଆସେସ ଟୁ ଆନ୍ଥେମ’ ଲୋକାର୍ପଣ ଉତ୍ସବ ଶନିବାର ଭୁନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ଅନଷ୍ଠିତ ହୋଇଯାଇଛି।

ଏଥିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରବୀଣ କବି ଡ଼ଃ ଫନୀ ମହାନ୍ତି ପୌରହିତ୍ୟ କରିଥିଲେ।କିସ୍ ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ ମୁଖ୍ୟ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ ଭୋଇ ‘ଆସେସ ଟୁ ଆନ୍ଥେମ’ ପୁସ୍ତକର କବିତା ଗୁଡ଼ିକର ସମ୍ବେଦନଶୀଳ ଦୃଷ୍ଟି ବିଷୟରେ ଆଲୋଚନା କରିଥିଲେ।ପ୍ରଫେସର ସୁଧୀର କୁମାର ଯୋଶୀ କବିତା ଗୁଡ଼ିକର ଚିତ୍ରକଳ୍ପର ବ୍ୟବହାର ବିଷୟରେ ଏଵଂ ପ୍ରଫେସର ମନୀନ୍ଦ୍ର ମେହେର କବିତା ଗୁଡ଼ିକର ପ୍ରବାହ ମାନତା ବିଷୟରେ ଉପସ୍ଥିତ ପାଠକ ପାଠିକା ମାନଙ୍କୁ ଅବଗତ କରାଇଥିଲେ।

ଆବାହକ ତଥା ନାଲକୋ ଇଡି ଆଶୁତୋଷ ରଥ କବୟିତ୍ରୀ ସ୍ଵୟଂପ୍ରଭା ରଥଙ୍କ କବିତାର ଯାତ୍ରା ଓ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଡ଼ଃ ସୋନାଲି ସାହୁ ସଭା ସଂଚାଳନ କରିଥିଲେ। ଉତ୍ସବରେ ବହୁ ସାହିତ୍ୟିକ,କବି ଓ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦକ ଉପସ୍ଥିତ ରହି ସଭାଗୃହକୁ ଗାରିମା ମଣ୍ଡିତ କରିଥିଲେ।

ସେୟାର କରନ୍ତୁ

You May Like

Pin It on Pinterest