
କୁଆଁରମୁଣ୍ଡା(ଡ ଅମୁଲ୍ୟ କୁମାର ଜେନା): ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଙ୍କୀ ଓ ଉଷ୍ରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ରାଜ୍ୟ ନିରୀକ୍ଷକଙ୍କ ଦ୍ୱାରା ଜାତୀୟ ଗୁଣାତ୍ମକ ମାନ ସେବା (NQAS) ଯାଞ୍ଚ ଅନୁଷ୍ଠିତ ହୋଇଛି।
ରାଜ୍ୟରୁ ସ୍ତରରେ ଆସିଥିବା ଆସେଶର ଡକ୍ଟର ସରୋଜ ନନ୍ଦ ଆୟୁଷ ମେଡିକାଲ ଅଫିସର ବଇଣ୍ଡା ,ଅଜିତ ସାହୁ ବି ପି ଏମ ,ଆର କେ ନଗର ର ଆସିଥିବା ନିରୀକ୍ଷକ ଦଳ ପ୍ରତିଟି କୋଣ ଅନୁକୋଣ ବୁଲି ଦେଖିଲେ। ପରିଷ୍କାର ପରିଚ୍ଛନ୍ନତା, ଔଷଧ ଭଣ୍ଡାର, ରୋଗୀ ରେକର୍ଡ, ଟୀକାକରଣ, ଗର୍ଭବତୀ ମା’ଙ୍କ ଯତ୍ନ, ଶିଶୁ ସ୍ୱାସ୍ଥ୍ୟ, ରୋଗୀଙ୍କ ସୁରକ୍ଷା – କିଛି ବି ବାଦ୍ ପଡ଼ିଲା ନାହିଁ। ଆଜି କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ଶ୍ରୀମନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ମେଡିକାଲ ର ଦେବାଶିଷ ସାହୁ , ଡକ୍ଟର ତରଣି ସେନ ମହାନ୍ତ , ଅରୁଣ କୁମାର ବେହେରା ସଂପୂର୍ଣ୍ଣ ସହଯୋଗ କରିଥିଲେ ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୁଶ୍ରୀ ଏକ୍କା ,ଅମିନା ପୂର୍ତ୍ତି ,ସୋନିଆ କେରକେଟା ,କ୍ରେସେନିୟା କୁଲ୍ଲୁ,ଦୀପିକା କୁଲୁ ,ବିନିତା ତିର୍କି ପ୍ରମୁଖ ଉପସ୍ଥିତ ଥିଲେ।
ଡା. ପଟ୍ଟନାୟକ କହିଲେ ଆମ ଲକ୍ଷ୍ୟ କେବଳ ସାର୍ଟିଫିକେଟ୍ ପାଇବା ନୁହେଁ, ଗାଁ ଲୋକଙ୍କୁ ସହର ଭଳି ଉତ୍ତମ ଚିକିତ୍ସା ଦେବା ହିଁ ଆମ ଧର୍ମ।ବାଙ୍କୀ ଓ ଉଷ୍ରାବାସୀ ଏବେ ଆଶାରେ ଚାହିଁ ରହିଛନ୍ତି ଏ ଥର ଆମ ଆରୋଗ୍ୟ ମନ୍ଦିର ରାଜ୍ୟ ସ୍ତରରେ ନାଁ କରିବ।


