କଟକ ବାଲିଯାତ୍ରା ରେ ମନମୋହିଲା ଉତ୍କଳ ସଙ୍ଗୀତ ସାମାଜ ର ଦଶାବତାର…

କଟକ(ସଂଜୟ ଶତପଥୀ): ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବ -୨୦୨୬ ରେ କଟକ ପ୍ରଶାସନ ତଥା କଟକ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଲାଗି କଟକର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ “ଉତ୍କଳ ସଙ୍ଗୀତ ସମାଜ” ମନୋନୀତ ହେବା ସହ ଆଜିର ସନ୍ଧ୍ୟାରେ ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଉତ୍କଳ ସଙ୍ଗୀତ ସମାଜ ର ନୃତ୍ୟଗୁରୁ ତଥା ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ସାଇ ଲକ୍ଷ୍ମୀ ଗିରି ଙ୍କ ଦ୍ଵାରା ପ୍ରଶିକ୍ଷିତ ୯ ଜଣ ନୃତ୍ୟଶିଳ୍ପୀ କଟକ ବାଲିଯାତ୍ରା ମହୋତ୍ସବ ର “ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚ” ରେ ଗୁରୁ ସାଇ ଲକ୍ଷ୍ମୀ ଗିରି ଙ୍କ ସହ ଓଡ଼ିଶୀ ନୃତ୍ୟ “ଦଶାବତାର” ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି। ଏହି ନୃତ୍ୟ ପରିବେଷଣ ରେ ଶ୍ରୀମତୀ ଗିରି ଙ୍କ ସହ ନୃତ୍ୟଶିଳ୍ପୀ ସୁଶ୍ରୀ ସୋନାଶ୍ରୀ ଶ୍ରୀଚନ୍ଦନ, ସୁଶ୍ରୀ ପ୍ରଣତୀ ଦଳାଇ, ସୁଶ୍ରୀ ଆକାଂକ୍ଷା ପ୍ରିୟଦର୍ଶିନୀ, ସୁଶ୍ରୀ ପ୍ରଜ୍ଞା ପ୍ରୀୟଦର୍ଶିନୀ ଆଚାର୍ଯ୍ୟ, ସୁଶ୍ରୀ ସାଇ ଶ୍ରଦ୍ଧା ସ୍ବାଇଁ, ସୁଶ୍ରୀ ସ୍ବପ୍ନା ସ୍ବାଇଁ, ସୁଶ୍ରୀ ରାଜଶ୍ରୀ ରାଉତ, ସୁଶ୍ରୀ ସ୍ମୃତିରେଖା ସାହୁ ଓ ସୁଶ୍ରୀ ଦୀପ୍ତିମୟୀ ନାୟକ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସଂଚାଳିକା ଶ୍ରୀମତୀ ସୌଦାମିନୀ ତ୍ରିପାଠୀ ସଂଚାଳନ କରିଥିବା ବେଳେ କଟକ ର ସଂସ୍କୃତି ଅଧିକାରୀ ଙ୍କ ପକ୍ଷରୁ ସମସ୍ତ କଳାକାର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି କୃତିତ୍ବ ଲାଗି ନୃତ୍ୟଗୁରୁ ଶ୍ରୀମତୀ ସାଇ ଲକ୍ଷ୍ମୀ ଗିରି ଙ୍କୁ ଉତ୍କଳ ସଙ୍ଗୀତ ସମାଜ ର ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀ ଶୁଭେଚ୍ଛା ଜଣାଇଛନ୍ତି।

ସେୟାର କରନ୍ତୁ

You May Like

Pin It on Pinterest