ଆରବିଆଇ ପକ୍ଷରୁ ଏକ ବଡ଼ ଘୋଷଣା, ଆଉ ୩ମାସ ଘୁଂଚିଲା ଋଣ କିସ୍ତି

ବାସ୍ତବ ବ୍ୟୁରୋ-ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରାଯାଇ ଅଛି । ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍‌ର ରିଜର୍ଭ ରୋପୋ ରେଟ୍‌ରେ ସମନ୍ବୟ ଅଣାଯାଇ ଅଛି ।

ଛଅଜଣ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ ସପକ୍ଷରେ ୫:୧ ଭୋଟ୍ ମିଳିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଦେଶରେ କୋଭିଡ-୧୯ ଭାଇରସ୍ ସଙ୍କଟ ଯୋଗୁଁ ବିଜୁଳି, ପେଟ୍ରୋଲିୟମ୍ ଉତ୍ପାଦନ ବ୍ୟବହାରର ଚାହିଦା ହ୍ରାସ ପାଇଛି । ଘରୋଇ କ୍ଷେତ୍ରରେ ଚାହିଦା ମଧ୍ୟ ହ୍ରାସ ପାଇଛି । ବି‌ନିଯୋଗ ଚାହିଦା ମଧ୍ୟ କମିଛି ।

ଏହାଛଡ଼ା ୯୦ ଦିନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏସ୍‌ଆଇଡିବିଆଇ ପାଇଁ ୧୫୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି । ଏକ୍ସପୋର୍ଟ କ୍ରେଡିଟ୍ ସମୟ ସୀମା ୧ ବର୍ଷରୁ ୧୫ ମାସ ଯାଏଁ ବୃଦ୍ଧି କରାଯାଇଛି । ଇଏକ୍ସଆଇଏମ୍ ବ୍ୟାଙ୍କ୍‌କୁ ୧୫୦୦୦ କୋଟି ଋଣ ଦିଆଯିବ ।

ପୁଣି ୩ମାସ ପାଇଁ ଇଏମଆଇ ଅବଧି ବଢ଼ିଛି । ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ପୂର୍ବରୁ ୩ମାସ ପାଇଁ ଘୋଷଣା କରିଥିଲା ଆରବିଆଇ । ପୂର୍ବରୁ ମାର୍ଚ୍ଚ ୨୭ରୁ ତିନି ମାସ ପାଇଁ ଘୋଷଣା ହୋଇଥିଲା । କରୋନା ପାଇଁ ମୋଟ ୬ ମାସ ବଢ଼ିଛି ଇଏମଆଇ ଅବଧି ।

୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ବର୍ଗରେ ରହିବ। ବର୍ଷର ଦ୍ବିତୀୟାର୍ଦ୍ଧରେ ଅଭିବୃଦ୍ଧି ହାର କିଛିଟା ବୃଦ୍ଧି ପାଇପା‌ରେ । ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ, ଆର୍ଥିକ ଏବଂ ପ୍ରଶାସନିକ ବ୍ୟବସ୍ଥାର ମିଳିତ ପଦକ୍ଷେପ ଆର୍ଥିକ ପୁନଃରୁତ୍ଥାନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ।

 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ହେଲେ ଓଡ଼ିଶାକୁ ୫୦୦ କୋଟିର ଅଗ୍ରୀମ: ମୋଦୀଙ୍କ ସହାୟତା..

Fri May 22 , 2020
ବାସ୍ତବ ବ୍ୟୁରୋ-ଆଜି ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଥିବାବେଳେ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଅପରାହ ୩ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ ଏବଂ ଦୀର୍ଘ ଦେଢ଼ ଘଣ୍ଟା ଧରି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ […]

You May Like

Pin It on Pinterest